ସାମ୍ନାକୁ ଆସିଲା ବରୀର ଆଉ ୩ ଆକ୍ରାନ୍ତଙ୍କ ଗ୍ରସ୍ତ ବିବରଣୀ

ରତ୍ନଗିରି, ୫।୫(ଡି.ଏନ୍‌.ଏ): ଯାଜପୁର ବରୀ ବ୍ଲକ ଅଧିନସ୍ଥ କଳାମାଟିଆ ପଞ୍ଚାୟତରେ କରୋନା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଗ୍ରସ୍ତ ବିବରଣୀ ଗତ ୩ ତାରିଖରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଜାରି କରାଯାଇଥିଲା। ତେବେ ସୋମବାର ଆଉ ୩ଜଣ ଆକ୍ରାନ୍ତ ଯଥାକ୍ରମେ ୧୫୫,୧୫୬ ଓ ୧୫୭ଙ୍କ ସବିଶେଷ ଗ୍ରସ୍ତ ବିବରଣୀ ସମ୍ପର୍କରେ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ୧୫୫ ନଂ ଆକ୍ରାନ୍ତ ଜଣେ ୪୮ ବର୍ଷୀୟ ଯୁବକ ହୋଇଥିବା ବେଳେ ତାଙ୍କ ଘର ଉଦୟନାଥପୁର। ସେ କୋଲକାତାର ସିଆଲଦାରୁ ଏକ ଗାଡ଼ି ଭଡ଼ା କରି କୁଆଖିଆରେ ପହଞ୍ଚିଥିଲେ। ପରେ କୁଆଖିଆରୁ ଖବରକାଗଜ ଆସୁଥିବା ଗାଡ଼ିରେ ବରୀରେ ପହଞ୍ଚିିଥିଲେ। ୩୧ମାର୍ଚ୍ଚରେ ସେ ବରୀ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ରକ୍ତନମୁନା ପରୀକ୍ଷା ନିମନ୍ତେ ଯାଇଥିବା ସହ ଏକ ଏକାଦଶ ଭୋଜିରେ ମଧ୍ୟ ଯୋଗାଦେଇଥିଲେ। ଏଥିସହ ନିଜ ଗ୍ରାମରେ ପିଡ଼ିଏସ ଚାଉଳ ଆଣିବା ପାଇଁ ଡିଲରଙ୍କ ପାଖକୁ ଯାଇଥିବା ଜଣାପଡ଼ିଛି। ମାର୍ଚ୍ଚ ୩୧ରେ ବରୀ ମାଉଣ୍ଡ ମାର୍କେଟରେ ବୁଲାବୁଲି କରିବା ପରେ ରତିଆଙ୍ଗର ସମ୍ପର୍କୀୟଙ୍କ ଘରକୁ ମଧ୍ୟ ଯାଇଥିଲେ। ମେ ୨ରେ ତାଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିଲା। ସେହିପରି ୧୫୬ନଂ ଆକ୍ରାନ୍ତ ମାର୍ଚ୍ଚ ୨୯ରେ ଘରକୁ ଫେରିଥିବା ବେଳେ ମେ ୨ ପର୍ଯ୍ୟନ୍ତ ସେ ଘରେ ରହିଥିଲେ। ଅପ୍ରିଲ୧୪ରେ ନିଜ ବନ୍ଧୁଙ୍କ ସହ ଜାରକାରେ ଥିବା ଭୂମିକା ଆୟ ହସ୍ପିଟାଲ ଯାଇଥିଲେ। ମେ ୨ରେ ତାଙ୍କର ମଧ୍ୟ ରିପୋର୍ଟରେ କରୋନା ପଜିଟିଭ ଆସିଥିଲା। ୧୫୭ ନଂ ଆକ୍ରାନ୍ତ ଏପ୍ରିଲ ୧୦ରେ କୋଲକତାରୁ ଆସିଥିଲେ। ଏପ୍ରିଲ ୧୧ରେ ସେ ସୁଜନପୁର ପିଏଚ୍‌ସିକୁ ଏକ ଅଟୋରେ ଯାଇ ମଧୁମେହ ପରୀକ୍ଷା କରିଥିଲେ। ଏହାପରେ ଏପ୍ରିଲ ୧୨ରୁ ମେ ୨ ପର୍ଯ୍ୟନ୍ତ ସେ ନିଜ ପରିବାର ସହିତ ଘରେ ରହିଥିଲେ। ଗତ ମେ ୨ତାରିଖରେ ଏମାନଙ୍କ ରିପୋର୍ଟରେ କରୋନା ପଜିଟିଭ ବାହାରିବା ପରେ ଜିଲା ପ୍ରଶାସନ ପକ୍ଷରୁ ଏମାନଙ୍କୁ କଳିଙ୍ଗ ନଗର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri