ସାମୂହିକ ନିକାହରେ ୪ ହିନ୍ଦୁ ଯୋଡ଼ିଙ୍କ ବିବାହ

ସମ୍ବଲପୁର,୨୩।୧୨(ବ୍ୟୁରୋ): ସମ୍ବଲପୁରରେ ଆଲା ହଜରତ ୱେଲ୍‌ଫେୟାର କମିଟି ପକ୍ଷରୁ ପ୍ରତିବର୍ଷ ସାମୂହିକ ନିକାହ (ଗଣ ବିବାହ) ଆୟୋଜିତ ହୋଇ ଆସୁଛି। ଏଥିରେ ମୁସଲମାନ ସମ୍ପ୍ରଦାୟର ଗରିବ ପୁଅ ଝିଅଙ୍କ ବିବାହ ଲାଗି କମିଟି ସମ୍ପୂର୍ଣ୍ଣ ସାହାଯ୍ୟ ସହଯୋଗ କରିଥାଏ। ଚଳିତ ବର୍ଷର ସାମୂହିକ ନିକାହ ରବିବାର ପୂର୍ବାହ୍ନ ସାଢେ ୧୧ଟାରେ ସୁନାପାଲି ରାଜନଗର ସାହାଜାନ ପଡିଆରେ ଆୟୋଜିତ ହୋଇଥିଲା। ହେଲେ ଏଥର ଏହି କାର୍ଯ୍ୟକ୍ରମରେ ଏକ ସ୍ବତନ୍ତ୍ରତା ଆଉ ବ୍ୟତିକ୍ରମ ଦେଖିବାକୁ ମିଳିଛି। ମୋଟ ୧୭ ଯୋଡିଙ୍କ ଗଣବିବାହ ବା ନିକାହ ସମ୍ପନ୍ନ ହୋଇଛି। ହେଲେ ଏଥିରେ ୪ ଯୋଡା ହିନ୍ଦୁ ବର-କନ୍ୟାଙ୍କୁ କମିଟି ବିବାହ କରାଇ ସମାଜରେ ଏକ ଆଦର୍ଶ ଉଦାହରଣ ସୃଷ୍ଟି କରିଛି। ସମ୍ବଲପୁର ସହରରେ ଏହା ଭାଇଚାରାର ବାର୍ତ୍ତା ଦେଇଛି। ସାମ୍ପ୍ରଦାୟିକ ସଦ୍‌ଭାବନାରେ ଆଉ ଏକ ନୂଆ ଅଧ୍ୟାୟ ମଧ୍ୟ ସୃଷ୍ଟି କରିଛି। ସମଗ୍ର ସହର ଓ ଜିଲାରେ ଏହା ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛି। ନବ ଦମ୍ପତି ତଥା ବର-କନ୍ୟା ପରସ୍ପରକୁ ଫୁଲ ମାଳ ଦେଇ ଓ ମୁଦି ପିନ୍ଧାଇ ଜୀବନ ସାଥୀ କରିଛନ୍ତି। ତେବେ ଏହାକୁ ସ୍ବୀକୃତି ପାଇଁ ସବ୍‌ରେଜିଷ୍ଟ୍ରାର ଏସ.ଏନ. ହାତୀ ଉପସ୍ଥିତ ଥିଲେ। ନବ ବିବାହିତଙ୍କ ବିବାହ ପଞ୍ଜୀକରଣ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଆବଶ୍ୟକ ଫର୍ମରେ ଆବଶ୍ୟକ କାଗଜପତ୍ର ସହ ବର-କନ୍ୟା ଆବେଦନ କରିଛନ୍ତି। ସମ୍ବଲପୁର ଡିଏଫଓ ଡ. ସଞ୍ଜୀତ କୁମାର, ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଅତିଥିଭାବେ ଯୋଗଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ। ଆବଶ୍ୟକ ଘରକରଣା ସାମଗ୍ରୀ ଦେଇ ଅପରାହ୍ନ ୪ଟାରେ କନ୍ୟା ବିଦା କରାଯାଇଥିଲା।
୧୩ ଯୋଡି ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବତୀ ଯୁବକ ଗରିବ ଶ୍ରେଣୀର। ଆର୍ଥତ୍କ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ବିବାହ ହୋଇ ପାରୁ ନ ଥିଲା । ସେମାନେ ବୟସ ଓ ଅନ୍ୟ ପ୍ରମାଣ ପତ୍ର ଦେଇ ବିବାହ ଲାଗି ସହଯୋଗ କରିବାକୁ ଆଲା ହଜରତ କମିଟି ପାଖରେ ଅନୁରୋଧ କରିଥିଲେ। ଆବେଦନପତ୍ର ପାଇବା ପରେ ପ୍ରଶାସନ ପକ୍ଷରୁ ବୟସ ପ୍ରମାଣ ପତ୍ର ଯାଞ୍ଚ କରାଯାଇ ନିକାହ ଓ ବିବାହ ପାଇଁ ଅନୁମତି ମିଳିଥିଲା। ତେବେ ଏଥିରେ ବିବାହ କରିଥିବା ଝାଡୁଆପଡାର ଜଣେ ହିନ୍ଦୁ ଯୁବତୀଙ୍କ ପରିବାର ସୂଚନା ଦେଇ କହିଛନ୍ତି ଯେ, ତାଙ୍କ ବାପା ରୋଗରେ ପୀଡିତ। ମା’ପର ଘରେ କାମ କରି ପରିବାର ଚଳାଉଛନ୍ତି। ତେଣୁ ଝିଅର ବିବାହ କରିବାକୁ ସେମାନେ ସକ୍ଷମ ନୁହନ୍ତି। ଆଲା ହଜରତ କମିଟି ପକ୍ଷରୁ ଗଣବିବାହ ଲାଗି ସହଯୋଗ ମିଳୁଥିବା ଘର ମାଲିକଙ୍କଠାରୁ ସୂଚନା ପାଇଥିଲେ। ଏଣୁ କମିଟି ନିକଟରେ ଝିଅର ବିବାହ ଲାଗି ଆବେଦନ କରିଥିଲେ। ନିଜ ସମ୍ପ୍ରଦାୟର ନ ହୋଇ ମଧ୍ୟ ଏଭଳି ଏକ ପାରିବାରିକ, ମାଙ୍ଗଳିକ ଓ ସାମାଜିକ କାମରେ ସମ୍ପୂର୍ଣ୍ଣ ସାହାଯ୍ୟ ସହଯୋଗ କରିଥିବା ଆଲା ହଜରତ ୱେଲଫେୟାର କମିଟିକୁ ସେ ସାଧୁବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri