ସାମୂହିକ ନିକାହରେ ୪ ହିନ୍ଦୁ ଯୋଡ଼ିଙ୍କ ବିବାହ

ସମ୍ବଲପୁର,୨୩।୧୨(ବ୍ୟୁରୋ): ସମ୍ବଲପୁରରେ ଆଲା ହଜରତ ୱେଲ୍‌ଫେୟାର କମିଟି ପକ୍ଷରୁ ପ୍ରତିବର୍ଷ ସାମୂହିକ ନିକାହ (ଗଣ ବିବାହ) ଆୟୋଜିତ ହୋଇ ଆସୁଛି। ଏଥିରେ ମୁସଲମାନ ସମ୍ପ୍ରଦାୟର ଗରିବ ପୁଅ ଝିଅଙ୍କ ବିବାହ ଲାଗି କମିଟି ସମ୍ପୂର୍ଣ୍ଣ ସାହାଯ୍ୟ ସହଯୋଗ କରିଥାଏ। ଚଳିତ ବର୍ଷର ସାମୂହିକ ନିକାହ ରବିବାର ପୂର୍ବାହ୍ନ ସାଢେ ୧୧ଟାରେ ସୁନାପାଲି ରାଜନଗର ସାହାଜାନ ପଡିଆରେ ଆୟୋଜିତ ହୋଇଥିଲା। ହେଲେ ଏଥର ଏହି କାର୍ଯ୍ୟକ୍ରମରେ ଏକ ସ୍ବତନ୍ତ୍ରତା ଆଉ ବ୍ୟତିକ୍ରମ ଦେଖିବାକୁ ମିଳିଛି। ମୋଟ ୧୭ ଯୋଡିଙ୍କ ଗଣବିବାହ ବା ନିକାହ ସମ୍ପନ୍ନ ହୋଇଛି। ହେଲେ ଏଥିରେ ୪ ଯୋଡା ହିନ୍ଦୁ ବର-କନ୍ୟାଙ୍କୁ କମିଟି ବିବାହ କରାଇ ସମାଜରେ ଏକ ଆଦର୍ଶ ଉଦାହରଣ ସୃଷ୍ଟି କରିଛି। ସମ୍ବଲପୁର ସହରରେ ଏହା ଭାଇଚାରାର ବାର୍ତ୍ତା ଦେଇଛି। ସାମ୍ପ୍ରଦାୟିକ ସଦ୍‌ଭାବନାରେ ଆଉ ଏକ ନୂଆ ଅଧ୍ୟାୟ ମଧ୍ୟ ସୃଷ୍ଟି କରିଛି। ସମଗ୍ର ସହର ଓ ଜିଲାରେ ଏହା ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛି। ନବ ଦମ୍ପତି ତଥା ବର-କନ୍ୟା ପରସ୍ପରକୁ ଫୁଲ ମାଳ ଦେଇ ଓ ମୁଦି ପିନ୍ଧାଇ ଜୀବନ ସାଥୀ କରିଛନ୍ତି। ତେବେ ଏହାକୁ ସ୍ବୀକୃତି ପାଇଁ ସବ୍‌ରେଜିଷ୍ଟ୍ରାର ଏସ.ଏନ. ହାତୀ ଉପସ୍ଥିତ ଥିଲେ। ନବ ବିବାହିତଙ୍କ ବିବାହ ପଞ୍ଜୀକରଣ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଆବଶ୍ୟକ ଫର୍ମରେ ଆବଶ୍ୟକ କାଗଜପତ୍ର ସହ ବର-କନ୍ୟା ଆବେଦନ କରିଛନ୍ତି। ସମ୍ବଲପୁର ଡିଏଫଓ ଡ. ସଞ୍ଜୀତ କୁମାର, ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଅତିଥିଭାବେ ଯୋଗଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ। ଆବଶ୍ୟକ ଘରକରଣା ସାମଗ୍ରୀ ଦେଇ ଅପରାହ୍ନ ୪ଟାରେ କନ୍ୟା ବିଦା କରାଯାଇଥିଲା।
୧୩ ଯୋଡି ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବତୀ ଯୁବକ ଗରିବ ଶ୍ରେଣୀର। ଆର୍ଥତ୍କ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ବିବାହ ହୋଇ ପାରୁ ନ ଥିଲା । ସେମାନେ ବୟସ ଓ ଅନ୍ୟ ପ୍ରମାଣ ପତ୍ର ଦେଇ ବିବାହ ଲାଗି ସହଯୋଗ କରିବାକୁ ଆଲା ହଜରତ କମିଟି ପାଖରେ ଅନୁରୋଧ କରିଥିଲେ। ଆବେଦନପତ୍ର ପାଇବା ପରେ ପ୍ରଶାସନ ପକ୍ଷରୁ ବୟସ ପ୍ରମାଣ ପତ୍ର ଯାଞ୍ଚ କରାଯାଇ ନିକାହ ଓ ବିବାହ ପାଇଁ ଅନୁମତି ମିଳିଥିଲା। ତେବେ ଏଥିରେ ବିବାହ କରିଥିବା ଝାଡୁଆପଡାର ଜଣେ ହିନ୍ଦୁ ଯୁବତୀଙ୍କ ପରିବାର ସୂଚନା ଦେଇ କହିଛନ୍ତି ଯେ, ତାଙ୍କ ବାପା ରୋଗରେ ପୀଡିତ। ମା’ପର ଘରେ କାମ କରି ପରିବାର ଚଳାଉଛନ୍ତି। ତେଣୁ ଝିଅର ବିବାହ କରିବାକୁ ସେମାନେ ସକ୍ଷମ ନୁହନ୍ତି। ଆଲା ହଜରତ କମିଟି ପକ୍ଷରୁ ଗଣବିବାହ ଲାଗି ସହଯୋଗ ମିଳୁଥିବା ଘର ମାଲିକଙ୍କଠାରୁ ସୂଚନା ପାଇଥିଲେ। ଏଣୁ କମିଟି ନିକଟରେ ଝିଅର ବିବାହ ଲାଗି ଆବେଦନ କରିଥିଲେ। ନିଜ ସମ୍ପ୍ରଦାୟର ନ ହୋଇ ମଧ୍ୟ ଏଭଳି ଏକ ପାରିବାରିକ, ମାଙ୍ଗଳିକ ଓ ସାମାଜିକ କାମରେ ସମ୍ପୂର୍ଣ୍ଣ ସାହାଯ୍ୟ ସହଯୋଗ କରିଥିବା ଆଲା ହଜରତ ୱେଲଫେୟାର କମିଟିକୁ ସେ ସାଧୁବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri