Categories: ଜାତୀୟ

ସାମାନ୍ୟ ଅସାବଧାନତା ପାଇଁ ପୋଲ ତଳକୁ ଖସିଲା କାର୍‌: ଭିଡିଓ ଭାଇରାଲ

ନଓ୍ବୋଡି,୨୯।୧୦: ମଧ୍ୟ ପ୍ରଦେଶର ନଓ୍ବୋଡି ଜିଲାରୁ ଆସିଥିବା ଏକ ଭିଡିଓ ଏବେ ସମସ୍ତଙ୍କୁ ବିଚଳିତ କରିଛି। ଟିକେ ଅସାବଧାନତା ଓ ଦ୍ରୁତ ଗତି ୫ ଜଣଙ୍କ ଜୀବନ ସହ ଖେଳ ଖେଳିଛି। ସୌଭାଗ୍ୟ ବଶତଃ ଏମାନେ ବଞ୍ଚି ଯାଇଛନ୍ତି ସତ ହେଲେ ଏବେ ଏମାନଙ୍କ ଅସାବଧାନତା ଚର୍ଚ୍ଚାର ପରିସରକୁ ଆସି ଯାଇଛି। ଏହି ଦୁର୍ଘଟଣାର ଭିଡିଓରେ ଦେଖିବାକୁ ମିଳିଛି ଗୋଟିଏ କାର୍‌ ଓ ଅଟୋ ମଧ୍ୟରେ ଧକ୍କା ହେବା ଫଳରେ କାର୍‌ଟି ପୋଲ ତଳକୁ ଅର୍ଥାତ୍‌ ପାଣି ଭିତରକୁ ଖସି ପଡିଛି। ଏଥିରେ ଥିବା ୫ ଜଣ କୌଣସି ମତେ ବାହାରକୁ ବାହରି ଆସିଥିବା ବେଳେ କାର୍‌ ମଧ୍ୟରେ ଥିବା ଏକ ଶିଶୁକୁ ଜଣେ ପୋଲ ଉପରେ ଥିବା ଲୋକଙ୍କ ହାତକୁ ଫୋପାଡି ଦେଉଥିବା ଦେଖାଯାଇଛି। ହେଲେ ଶୁଶୁଟି ପୁଣିଥରେ ପାଣି ଭିତରେ ଖସି ପଡିବାରୁ ଲୋକେ ଏକଜୁଟ ହୋଇ ଶିଶୁ ସମେତ ପାଣିରେ ଫସିଥିବା ୪ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିବା ସୂଚନା ମିଳିଛି। ହେଲେ ଏମାନଙ୍କ ଅସାବଧାନତା ଓ ଦ୍ରୁତ ଗତି ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ଆଲୋଚନା ହେଉଛି।

Share