ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସମୀକ୍ଷା:ଜାତୀୟ ଭତ୍ତା ପାଇବା ଅପେକ୍ଷାରେ ଅଛନ୍ତି ୨୪୨୨ଜଣ

ଯାଜପୁର ଅଫିସ,୨୮।୮- ଯାଜପୁର ଜିଲାରେ ମୋଟ ୬୧,୨୧୧ ଜଣ ବ୍ୟକ୍ତି ଜାତୀୟ ବାର୍ଦ୍ଧକ୍ୟ ଭତ୍ତା, ୧୯,୬୪୪ ଜଣ ବିଧବା ଭତ୍ତା ଓ ୪,୬୨୩ ଜଣ ଭିନ୍ନକ୍ଷମ ଭତ୍ତା ପାଉଛନ୍ତି। ଏଥିରୁ ଶତକଡା ୭୨ଭାଗ ଆଧାର ସଂଯୋଗୀକରଣ କରାଯାଇଛି। କିନ୍ତୁ ଅତିରିକ୍ତ ଭାବେ ୨,୪୨୨ ଜଣଙ୍କୁ ଜାତୀୟ ଭତ୍ତା ପ୍ରଦାନର ଆବଶ୍ୟକ ରହିଛି। ଏଥିପାଇଁ ହିତାଧିକାରୀମାନେ ଆବେଦନ କରି ଅପେକ୍ଷାରେ ରହିଛନ୍ତି। ଏହାସହ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୧୪୩ ଜଣଙ୍କଠାରୁ ଆବେଦନ ମିଳିଥିବାବେଳେ ୭୮ଟି ମଞ୍ଜୁର ହୋଇଛି। ଅନ୍ୟ ୬୫ଟିର ଅନୁଧ୍ୟାନ ଚାଲିଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସମୀକ୍ଷା ବୈଠକରେ ଏହି ତଥ୍ୟ ଜଣାପଡିଛି। ମଙ୍ଗଳବାର ସର୍କିଟ ହାଉସଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅଧ୍ୟକ୍ଷତା କରି ପ୍ରତ୍ୟେକ ନିଷ୍ଠାର ସହ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି। ପ୍ରତିଟି କାର୍ଯ୍ୟରେ ୫-ଟି ସୂତ୍ରକୁ ଗ୍ରହଣ କରି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ସମୀକ୍ଷା ବୈଠକରେ ମଧୁବାବୁ ପେନ୍‌ସନ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ୮୫,୬୯୬ ଜଣ, ବିଧବା ଭତ୍ତା ୩୫,୧୦୩ ଓ ୧୬,୧୨୭ ଜଣ ଭିନ୍ନକ୍ଷମ ଭତ୍ତା ପାଉଛନ୍ତି ବୋଲି ସୂଚନା ଦିଆଯାଇଥିଲା। ତେବେ ଏହି ଭତ୍ତାର ୧୦୦ ଭାଗ ହିତାଧିକାରୀ ଡିଜିଟାଲ ହୋଇଥିବାବେଳେ ମଧୁବାବୁ ପେନ୍‌ସନ ଯୋଜନାରେ ଅତିରିକ୍ତ ୨୭,୦୪୪ ଜଣଙ୍କୁ ଭତ୍ତା ପ୍ରଦାନର ଲକ୍ଷ୍ୟ ରଖାଯାଇଛି। ୨୦୧୮-୧୯ ରେ ବାଣିଶ୍ରୀ ଯୋଜନାରେ ୨୨୮୨ ଜଣ ଉପକୃତ ହୋଇଥିବାବେଳେ ୨୦୧୯-୨୦ରେ ୨୧୭୮ଜଣଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୦୧୮-୧୯ରେ ୨୭ଜଣଙ୍କୁ ଓ ୨୦୧୯-୨୦ରେ ୯ଜଣଙ୍କୁ ସହାୟତା ମିଳିଥିବାବେଳେ ସିଆର୍‌ଆଇ ସହାୟତାରେ ୨୦୧୮-୧୯ରେ ୧୩୭ ଜଣଙ୍କୁ ଓ ୨୦୧୯-୨୦ରେ ୯ଜଣଙ୍କୁ ସହାୟତା ମିଳିଥିବାବେଳେ ସିଆରଆଇ ସହାୟତାରେ ୨୦୧୮-୧୯ରେ ୧୩୭ ଜଣଙ୍କୁ ଓ ୨୦୧୯-୨୦ରେ ଅଦ୍ୟାବଧି ୧୧ଜଣଙ୍କୁ ସହାୟତା ପ୍ରଦାନ କରାଯାଇଛି ା ଜିଲାରେ ଚାଲୁଥିବା ୪ଟି ସ୍ବତନ୍ତ୍ର ବିଦ୍ୟାଳୟରେ ୩୪୮ ଛାତ୍ରୀଛାତ୍ର ଥିବାବେଳେ ୩୪ ଶିକ୍ଷକ ଓ ୩୨ ଜଣ ଅଣଶିକ୍ଷକ ରହିଛନ୍ତି ା ୨୦୧୮ ପର୍ଯ୍ୟନ୍ତ ୧୩୧୧ ଜଣଙ୍କୁ ବିଭିନ୍ନ ଭିନ୍ନକ୍ଷମ ଉପକରଣ ବଣ୍ଟାଯାଇଥିବାବେଳେ ୨୦୧୮-୧୯ରେ ୧୮୮ ଜଣ ବିବିଧ ଉପକରଣ ପ୍ରଦାନ କରାଯାଇଥିଲା ା ଭିନ୍ନକ୍ଷମ ଯଦି ସକ୍ଷମଙ୍କୁ ବିବାହ କରନ୍ତି ସେ କ୍ଷେତ୍ରରେ ସହାୟତା ପ୍ରଦାନ କରାଯାଇଥାଏ ା ବର୍ତ୍ତମାନ ସୁଦ୍ଧା ୨୨ଟି ମଞ୍ଜୁର ହୋଇଥିବାବେଳେ ୧୫ ଜଣଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି ା ମିଶନ କ୍ଷମତା ନାମରେ ଭିନ୍ନକ୍ଷମ ସ୍ବୟଂ ସହାୟକ ୫୩ଟି ଗୋଷ୍ଠୀଙ୍କୁ ୯,୭୦,୦୦୦ ଟଙ୍କା ପ୍ରଦାନ କରାଯାଇଛି ା ସେହିପରି ଜିଲାରେ ଓରେଡା ପକ୍ଷରୁ ୧୨,୫୫୯ ଟି ବାୟୋ ଗ୍ୟାସ ପ୍ଲାଣ୍ଟ ବା ଜୈବିକ ବାଷ୍ପ କାରଖାନା କରାଯାଇଛି ା ଜିଲାର ୧୦୦୦ଟି ବିଦ୍ୟାଳୟରେ ପରିଷଦ ଚୁଲା ବ୍ୟବସ୍ଥା ହୋଇଛି ା ତେବେ ଏହି ଚୁଲାଗୁଡିକୁ ଅନୁଧ୍ୟାନ ପାଇଁ ମନ୍ତ୍ରୀ ସମସ୍ତ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ା ଜିଲାର ୯ଟି ବ୍ଲକରେ ୩୪୮ ଗୋଟି ସୌର ଲଣ୍ଠନ ବଣ୍ଟନ କରାଯାଇଛି ା ସୌର ଶକ୍ତି ପ୍ରକଳ୍ପ ଭାବେ ୨.୫ କିଲୋୱାଟର ପ୍ଲାଣ୍ଟ ମଙ୍ଗଳପୁର ପୋଲିସ ଷ୍ଟେଶନ, କାଳିଆପାଣି ପୋଲିସ, ବରୀ ରାମଚନ୍ଦ୍ରପୁର ଓ ଟମ୍‌କା ପୋଲିସ ଷ୍ଟେଶନ ସହ ରାମ୍ପିଲୋ ଆଦର୍ଶ ବିଦ୍ୟାଳୟରେ ସ୍ଥାପନ କରାଯାଇଛି ା ୨୬୨ ଟି ସୋଲାର ପମ୍ପ ମାଧ୍ୟମରେ ପାନୀୟ ଜଳ ବ୍ୟବସ୍ଥା ହୋଇଛି ା ୧୧ଟି ଜଳସେଚିତ, ସୌର ପମ୍ପ ଚାଷ ପାଇଁ ବ୍ୟବହୃତ ହେଉଥିବାବେଳେ ଯାଜପୁର ଉତ୍କଳ ବାଳାଶ୍ରମରେ ୫୦୦ଲିଟର କ୍ଷମତା ବିଶିଷ୍ଟ ଗରମ ପାଣି ପାଇଁ ସୋଲାର ପ୍ରୋଜେକ୍ଟର ବ୍ୟବସ୍ଥା କରାଯାଇଛି ା ଏହି ସମୀକ୍ଷା ବୈଠକରେ ବରୀ ବିଧାୟିକା ସୁନନ୍ଦା ଦାସ, ଜିଲାପାଳ ରଞ୍ଜନ କୁମାର ଦାସ, ସାମାଜିକ ସୁରକ୍ଷା ନିଦେର୍ଦଶକ ବ୍ରତତି ହରିଚନ୍ଦନ, ପ୍ରକଳ୍ପ ନିର୍ଦ୍ଦେଶକ ମନୋଜକୁମାର ବେହେରା, ଅତିରିକ୍ତ ଜିଲାପାଳ ମହିର ପ୍ରସାଦ ମହାନ୍ତି, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ଆସନ୍ତା ୨୭-୨୮ରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ: ସମ୍ମାନୀତ ହେବେ…ଯୋଗ ଦେବେ ବଲିଉଡ ସହ…

କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍‌ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ...

‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri