ସାମାଜିକ, ରାଜନୈତିକ ପ୍ରସଙ୍ଗରେ ବଲିଉଡ୍‌ ଯତ୍ନଶୀଳ ହେଉ: ସ୍ବରା ଭାସ୍କର

ମୁମ୍ବାଇ, ୧୩ା୧୦: ଫିଲ୍ମରେ କୌଣସି ସାମାଜିକ, ରାଜନୈତିକ ପ୍ରସଙ୍ଗ ସ୍ଥାନୀତ କଲାବେଳେ ବଲିଉଡ୍‌ ଯତ୍ନଶୀଳ ହେବା ଉଚିତ ବୋଲି ଅଭିନେତ୍ରୀ ସ୍ବରା ଭାସ୍କର ପ୍ରକାଶ କରିଛନ୍ତି। ଇଣ୍ଡିଆ ଫିଲ୍ମ ପ୍ରୋଜେକ୍ଟରେ ତାଙ୍କର ଆଗାମୀ ଫିଲ୍ମ ‘ଶିର କୋର୍‌ମା’ର ପୋଷ୍ଟର ଲଞ୍ଚ ଅବସରରେ ସେ ଏଭଳି ମତ ଦେଇଛନ୍ତି। ସହଅଭିନେତ୍ରୀ ଦିବ୍ୟା ଦତ୍ତ ଓ ନିର୍ଦ୍ଦେଶକ ଫରାଜ ଅରିଫ୍‌ ଅଂଶାରୀଙ୍କ ସହ କଥା ହେବା ଅବସରରେ ସେ ବଲିଉଡ୍‌ ଓ ଅନ୍ୟ ଭାଷାଭାଷୀର ଏହି ଶିଳ୍ପଗୁଡ଼ିକ ଆଭିମୁଖ୍ୟ ଠିକ୍‌ କରିବା ଦରକାର ବୋଲି କହିଛନ୍ତି। ଜାତି, ଧର୍ମ, ସମ୍ପ୍ରଦାୟ, ଲିଙ୍ଗଗତ ଭାବନାକୁ ଗୁରୁତ୍ୱ ଦିଆଯିବା ଉଚିତ। ଯେଭଳି ଦଳିତ, ସଂଖ୍ୟାଲଘୁ, ସମଲିଙ୍ଗୀ ସମ୍ପ୍ରଦାୟକୁ ଆଘାତ ନ ପହଞ୍ଚେ କିମ୍ବା ଫିଲ୍ମକୁ ନେଇ କେହି ଆପତ୍ତି ନ ଉଠାନ୍ତି, ତାକୁ ଗୁରୁତ୍ୱ ଦିଆଯିବା ଠିକ୍‌ ହେବ। ଏନେଇ ତୁରନ୍ତ ପଦକ୍ଷେପ ନେବା ଉଚିତ୍‌। ପ୍ରକାଶଥାଉ କି, ‘ଶୀର କୋରମା’ରେ ଭାସ୍କର ଓ ଦତ୍ତ ସମଲିଙ୍ଗୀ ଯୋଡ଼ି ଭୂମିକାରେ ଅଭିନୟ କରୁଛନ୍ତି। ଏଥିରେ ଶବାନା ଆଜ୍‌ମି ମଧ୍ୟ ଅଛନ୍ତି। ଫିଲ୍ମରେ ଥିବା ଚରିତ୍ର ଓ ଏହାର ସାମାଜିକ ପ୍ରଭାବକୁ ସର୍ବଦା ଗୁରୁତ୍ୱ ଦେବାକୁ ଭାସ୍କର ପରାମର୍ଶ ଦେଇଛନ୍ତି। ଲୋକ ସଭା ନିର୍ବାଚନରେ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରି ସେ ୪ ବ୍ରାଣ୍ଡ ହରାଇଥିବା ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସମେତ ୧୫ ଅଭିଯୁକ୍ତ କୋର୍ଟରେ ହାଜର

ବ୍ରହ୍ମପୁର,୨।୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ୧୫ ଅଭିଯୁକ୍ତ ସୋମବାର ଜିଲା ଦୌରାଜଜ୍‌…

ବାଂଲାଦେଶକୁ ଜୋରଦାର ଝଟ୍‌କା ଦେଲା ଭାରତ: ଶେଷରେ ପଶ୍ଚାତାପ କରିବା ଛଡା…

ନୂଆଦିଲ୍ଲୀ,୨।୨: ଏଥର କେନ୍ଦ୍ର ବଜେଟ ୨୦୨୬-୨୭ରେ ଭାରତର ବୈଦେଶିକ ସହାୟତା ନୀତି ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଉଛି। ବାଂଲାଦେଶକୁ ଆବଣ୍ଟିତ ସହାୟତାରେ ଉଲ୍ଲେଖନୀୟ ହ୍ରାସ ସମସ୍ତଙ୍କ ଦୃଷ୍ଟି…

ଭାରତ ବିପକ୍ଷରେ ଖେଳିବନି ପାକିସ୍ତାନ, ପ୍ରତି ୧୦ ସେକେଣ୍ଡରେ ହେବ ଏତେ କ୍ଷତି , ଜାଣିଲେ…

ନୂଆଦିଲ୍ଲୀ,୨।୨: ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ଏହାର ସରକାର ଟି-୨୦ ବିଶ୍ୱକପରେ ସେମାନଙ୍କର କ୍ରିକେଟ ଦଳ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ଫେବୃଆରୀ ୧୫ ତାରିଖରେ ଭାରତ…

ଗୁମର ଖୋଲିଲେ ଶାହିଦ ଆଫ୍ରିଦି: କହୁ କହୁ କହିଦେଲେ ପାକିସ୍ତାନ ନ ଖେଳିବା…

ଇସଲାମାବାଦ୍‌,୨।୨: ୨୦୨୬ ଟି୨୦ ବିଶ୍ୱକପରେ ଭାରତ ବିପକ୍ଷରେ ନ ଖେଳିବା ପାଇଁ ପାକିସ୍ତାନର ନିଷ୍ପତ୍ତି ଉପରେ ଅନେକ ପ୍ରମୁଖ ବ୍ୟକ୍ତି ପ୍ରତିକ୍ରିୟା ଦେଉଛନ୍ତି। ପୂର୍ବତନ ପାକିସ୍ତାନୀ ଅଲରାଉଣ୍ଡର…

ଲକ୍ଷେ ଯାଏ ଖସିଯିବ ସୁନା! ଏକ୍ସପର୍ଟ କଲେ ବଡ଼ ଖୁଲାସା…

ନୂଆଦିଲ୍ଲୀ,୨।୨: ବିଶ୍ୱ ଅସ୍ଥିରତା ଯୋଗୁଁ ଗତ ବର୍ଷ ଧରି ସୁନା ଏବଂ ରୂପା ମୂଲ୍ୟରେ ଲଗାତାର ରେକର୍ଡ ଉଚ୍ଚତା ସତ୍ତ୍ୱେ ଗତ ତିନିରୁ ଚାରି ଦିନ ମଧ୍ୟରେ…

ଫେବୃଆରୀ ୨ରେ ନୁହଁ, ଏହି ତାରିଖରେ ସାତଫେରା ନେବେ ରଶ୍ମିକା-ବିଜୟ

ମୁମ୍ବାଇ,୨।୨: ଗ୍ଲାମର ଦୁନିଆର ଫେମସ କପଲ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ସେମାନଙ୍କ ବିବାହ ଖବରକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି । ନୂଆ ନୂଆ…

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ବଡ଼ ଭବିଷ୍ୟବାଣୀ କଲେ ରିକି ପଣ୍ଟିଂ: ଅଷ୍ଟ୍ରେଲିଆ ନୁହେଁ, ଏହି ଦଳ ହେବ ଚାମ୍ପିୟନ୍‌

ସିଡନୀ,୨।୨:ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଏବଂ କିମ୍ବଦନ୍ତୀ କ୍ରିକେଟ ବିଶେଷଜ୍ଞ ରିକି ପଣ୍ଟିଂ ICC ପୁରୁଷ T20 ବିଶ୍ୱକପ 2026 ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ପଣ୍ଟିଂ…

ବଜେଟ ଘୋଷଣା ପରେ ଶସ୍ତା ହେବ କି ମୋବାଇଲ? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨।୨: ଯେତେବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକ ସଭାରେ ବଜେଟ 2026 ଉପସ୍ଥାପନ କରୁଥିଲେ, ଦେଶର ଲକ୍ଷ ଲକ୍ଷ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା: କ’ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri