ସାମାଜିକ ବୈଷମ୍ୟ, ଅର୍ଥନୈତିକ ଅସ୍ଥିରତା ଆଣିବ କେନ୍ଦ୍ର ବଜେଟ

ଭୁବନେଶ୍ୱର,୧୮।୨(ବ୍ୟୁରେ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସଂସଦରେ ଉପସ୍ଥାପନ କରିଥିବା ୨୦୨୦-୨୧ ବଜେଟ ସମ୍ପୂର୍ଣ୍ଣ ଦିଶାହୀନ। ସାମାଜିକ ବୈଷମ୍ୟ ବୃଦ୍ଧି କରିବା ସହ ଦେଶର ଆର୍ଥିକ ଅଧୋଗତି ଆଣିବ ବୋଲି ସିଟିଜେନ୍ସ ଫୋରମର ମାସିକ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ କହିଲେ, ହୋଇଥିବା ବଜେଟ ଅନୁସାରେ ଅର୍ଥ କେଉଁଠୁ ଆସିବ ସରକାର କିଛି କହିନାହାନ୍ତି। ୨୦ ଭାଗ ଋଣ କରି ୧୮ ଭାଗ ଋଣର ସୁଧ ଶୁଝିବା କଥା କୁହାଯାଇଛି। ୧୦ଭାଗ ଧନୀ ଲୋକଙ୍କ ହାତରେ ୯୦ ଭାଗ ସମ୍ପଦ ରହିଛି। ଶିଳ୍ପପତିଙ୍କୁ ୧ ଲକ୍ଷ ୪୫ ହଜାର କୋଟି ଟଙ୍କା କର ଛାଡ଼ କରାଯାଇଥିବାବେଳେ ବଜେଟରେ ସମସ୍ତ ସାମାଜିକ ସୁରକ୍ଷା କ୍ଷେତ୍ରରେ ଖର୍ଚ୍ଚ ଅଟକଳ କମ୍‌ ରହିଛି। ଦର ବୃଦ୍ଧି ଯୋଗୁ ବଜାର ସମ୍ପୂର୍ଣ୍ଣ ମାନ୍ଦା ରହିଛି। ୪.୮ଭାଗ ଅଭିବୃଦ୍ଧି ଆଦୌ ଉତ୍ସାହଜନକ ନୁହେଁ। ଶିଳ୍ପ ଉପତ୍ାଦନ କମିଛି ଓ ମାତ୍ର ୧ ଭାଗ ପୁଞ୍ଜି ବିନିଯୋଗ ବଢିଛି। ଗତବର୍ଷ ୪.୫ ଲକ୍ଷ ଶ୍ରମିକ ଛଟେଇ ହୋଇଛି। ବେକାରି ବଢିଛି, ବିମୁଦ୍ରାୟନ ଓ ଜିଏସ୍‌ଟି ଅପରିଣାମ ସଦୃଶ ହୋଇଛି। ଗଦା ଗଦା କଳା ଟଙ୍କା ବେପାରୀମାନଙ୍କ ନିକଟରେ ଠୁଳ ହେବାରେ ଲାଗିଛି ବୋଲି କାନୁନ୍‌ଗୋ କହିଛନ୍ତି। ରବିବାର ଖାରବେଳ ନଗରସ୍ଥିତ ଶ୍ରମିକ ଭବନରେ ଆୟୋଜିତ ଏହି ଆଲୋଚନାଚକ୍ରରେ ବିିଶିଷ୍ଟ କୃଷି ଅର୍ଥନୀତିବିତ୍‌ ତଥା ଓୟୁଏଟିର ପୂର୍ବତନ ଡିନ୍‌ ଡ. ଦିବାକର ନାୟକ, ବିଶିଷ୍ଟ ସ୍ତମ୍ଭକାର ତଥା ଅର୍ଥନୀତି ଆଲୋଚକ ସରଳ କୁମାର ଦାସ, ସମାଜବିଜ୍ଞାନୀ ସନ୍ତୋଷ ପାତ୍ର ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ସଂସ୍ଥାର ସଭାପତି ଡ. ମଧୁସୂଦନ ମିଶ୍ର ସଭାପତିତ୍ୱ ଓ ଆବାହକ ପ୍ରଦୀପ୍ତ ନାୟକ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri