ପାପଡ଼ାହାଣ୍ଡି,୫।୪(ଡି.ଏନ୍.ଏ.): କରୋନାକୁ ନେଇ ଗାଁଠୁ ସହର ସବୁଠି ସଚେତନତା ଜାରି ରଖିଛି ପୋଲିସ ଓ ପ୍ରଶାସନ। ସହରରେ ସମସ୍ତେ ଉଚ୍ଚଶିକ୍ଷିତ ଥାଇ ମଧ୍ୟ କେତେକ ବ୍ୟକ୍ତି ଲକ୍ ଡାଉନକୁ ବେଶୀ ଅମାନ୍ୟ କରୁଛନ୍ତି। ଦୋକାନ, ହାଟରେ ଭିଡ଼ ଜମାଉଛନ୍ତି। କିନ୍ତୁ ଗାଁର ଚିତ୍ର ଶୃଙ୍ଖଳିତ। ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକର ଗ୍ରାମାଞ୍ଚଳରେ ଅଧିକାଂଶ ଲୋକେ ମାସ୍କ ବ୍ୟବହାର କରୁଥିବା ବେଳେ ହାତ ବାରମ୍ବାର ସାବୁନରେ ଧୋଉଛନ୍ତି। ଲୋକେ ସାମାଜିକ ଦୂରତ୍ୱ ରକ୍ଷା କରୁଛନ୍ତି। ନଳକୂପ ନିକଟରେ ଗୋଲେଇ ଭିତରେ ରହି ମହିଳାମାନେ ପାଣି ନେଉଛନ୍ତି। ଗ୍ରାମର ପୁରୁଷମାନେ ଗାଁ ଦାଣ୍ଡରେ ଉପସ୍ଥିତ ରହି ପହରା ଦେଉଛନ୍ତି। ଅଚିହ୍ନା ବା ବାହାରୁ ଆସୁଥିବା ଲୋକଙ୍କୁ ପ୍ରବେଶ କରେଇ ଦେଉନାହାନ୍ତି। ସ୍ୱାସ୍ଥ୍ୟ ପରୀକ୍ଷା କରିବା ଲାଗି ପରାମର୍ଶ ଦେଉଛନ୍ତି। ଚାଉଳ, ଭତ୍ତା ଆଦି ନେବା ସମୟରେ ମଧ୍ୟ ଲୋକେ ସାମାଜିକ ଦୂରତା ରଖୁଛନ୍ତି।
ଆଜିର ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୩୯ ପରୀକ୍ଷାର୍ଥୀ
ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାର ମାଟ୍ରିକ ପରୀକ୍ଷା ଦେଇଛନ୍ତି ୧୩୬୪ ଜଣ ଛାତ୍ରୀଛାତ୍ର। ଏହି ପରୀକ୍ଷା ଫେବୃଆରୀ…
‘ଗଞ୍ଜାମ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୯ ପ୍ରତିଶତ ଧାନ କିଣା ସରିଛି’
ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ହୋଇଥିବା ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିର କେତେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେଇଛି। ଏଥିପାଇଁ ଚାଷୀଙ୍କୁ…
ରାଜ୍ୟରେ ବଢ଼ିବ ସବ୍ଡିଭିଜନ, ଏହି ଜିଲାରୁ ଆସିଛି ସର୍ବାଧିକ ପ୍ରସ୍ତାବ
ଭୁବନେଶ୍ୱର,୧୯ା୨: ରାଜ୍ୟରେ ବଢ଼ିପାରେ ସବ୍ଡିଭିଜନ ସଂଖ୍ୟା, ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ସୂଚନା ଦେଇଛନ୍ତି। ୬୬ ନୂଆ ସବ୍ଡିଭିଜନ ଗଠନ ପାଇଁ ସରକାରଙ୍କୁ…
ସେବାଶ୍ରମ ବିଦ୍ୟାଳୟ ଅଫିସ ରୁମ୍ରେ ପିଅନଙ୍କ ଝୁଲନ୍ତା ମୃତଦେହ
ନନ୍ଦପୁର,୧୯ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର ଜବାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ୍ରୁ ଗୁରୁବାର ସକାଳେ କାର୍ଯ୍ୟରତ ପିଅନ (ସିସିଏ)…
ଶିମିଳିପାଳରେ ହେବ ହେଲିପ୍ୟାଡ୍’
ଭୁବନେଶ୍ୱର,୧୯ା୨: ମୟୂରଭଞ୍ଜ ଜିଲା ଶିମିଳିପାଳରେ ହେଲିପ୍ୟାଡ୍ ହେବ। ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆବଶ୍ୟକୀୟ ଜମି ନିରୂପଣ…
ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍ କଲେ ସୋଫିଆ, କହିଲେ ନିଜ ସ୍ବାର୍ଥ ପାଇଁ…
କଟକ,୧୯ା୨: କଟକରେ ଜଣ୍ଡିସ୍ କାୟା ବିସ୍ତାର କରିବା ପ୍ରସଙ୍ଗରେ ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେ କହିଛନ୍ତି, ନିଜ ସ୍ବାର୍ଥ…
ଜମ୍ବୁ-ମାର୍ଶାଘାଇ ରାସ୍ତା ହେବ ଦୋହରୀକରଣ, ନିର୍ମାଣ ହେବ ନୂଆ ଏୟାର ଷ୍ଟ୍ରିପ୍
ମହାକାଳପଡ଼ା, ୧୯ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ-ଜମ୍ବୁ ରାସ୍ତାର ଉନ୍ନତି ଓ ପ୍ରଶସ୍ତୀକରଣ ପ୍ରକଳ୍ପ ନିମନ୍ତେ ମହାକାଳପଡ଼ା ତହସିଲ ଅନ୍ତର୍ଗତ ଦୁଇଟି ଗ୍ରାମ ତଥା ଚଡେଇଗୁଅଁା…
ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର ଲୋକେ, ଘରେ ପଶି…
ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ଗାଁ ଗାଁରେ ମାତିଲେଣି ଚୋର। ଘରେ କେହି ନ ଥିବା ସୁଯୋଗ ନେଇ ଦିନରେ ଟାର୍ଗେଟ ଏବଂ ବିଳମ୍ବିତ ରାତିରେ ଘରେ ପଶି ଲୁଟ୍…
Archives

