ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ: ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ବ୍ରହ୍ମପୁର ଆମ୍ବ ମାର୍କେଟ

ବ୍ରହ୍ମପୁର ଅଫିସ,୧୧ା୫: ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ଅଭିଯୋଗରେ ବ୍ରହ୍ମପୁର ମହାନଗର ନିଗମ ସୋମବାରଠାରୁ ଆମ୍ବ ମାର୍କେଟ୍‌କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛି। ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସାମାଜିକ ଦୂରତା ରକ୍ଷା କରିବା ନେଇ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବ୍ରହ୍ମପୁରର ଅନ୍ଧପସରା ରୋଡ଼ ନିକଟସ୍ଥ ଆମ୍ବ ମାର୍କେଟରେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ମାର୍କେଟ ପରିସରରେ ହେଉଥିବା ଭିଡ଼କୁ ଏଡ଼ାଇବା ସହ କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ନେଇ ମାର୍କେଟକୁ ବନ୍ଦ କରାଯାଇଥିବା ବିଏମ୍‌ସି ପକ୍ଷରୁ ସୂଚାଯାଇଛି । ପ୍ରଶାସନ ପକ୍ଷରୁ ପୁନଃ ଅନୁମତି ପ୍ରଦାନ ପର୍ଯ୍ୟନ୍ତ ମାର୍କେଟ ବନ୍ଦ ରହିବା ନେଇ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।