‘ସାମାଜିକ ଦୂରତ୍ୱ କଡ଼ାକଡ଼ି ପାଳନ କର’

ନୂଆଦିଲ୍ଲୀ,୧୭।୪(ପି.ଟି.): ଲକ୍‌ଡାଉନ ବେଳେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ଆଦି ନିୟମକୁ କଡ଼ାକଡ଼ି ପାଳନ କରିବା ଲାଗି ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। କୌଣସି ସ୍ଥାନରେ ୫ କିମ୍ବା ତାହାଠାରୁ ଅଧିକ ଲୋକ ଏକାଠି ନ ହେବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ କହିଛନ୍ତି। ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବାକୁ କୁହାଯାଇଛି। ବୟସ୍କ, ଅସୁସ୍ଥ କର୍ମଚାରୀଙ୍କୁ ଘରେ ରହି କାମ କରିବା ଲାଗି ପ୍ରୋତ୍ସାହିତ କରାଯାଉ। କାର୍ଯ୍ୟସ୍ଥଳୀରେ ତାପମାତ୍ରା ଯାଞ୍ଚ ଓ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରିବା ଲାଗି ଶ୍ରୀବାସ୍ତବ ପରାମର୍ଶ ଦେଇଛନ୍ତି। ମଦ, ଗୁଟଖା ଓ ତମାଖୁଜାତ ସାମଗ୍ରୀ ବିକ୍ରି ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ସେ କହିଛନ୍ତି।

Share