ସାମାଜିକ ଦୂରତା ରକ୍ଷା କରି ଉତ୍ତୋଳନ ହେଲା ପତାକା

ଲାଠୋର,୧୫।୮(ଡି.ଏନ.ଏ)- ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ଅଞ୍ଚଳର ବିଭିନ୍ନ ସ୍ଥାନରେ ୭୪ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ପ୍ରସନ୍ନ ଦାସଙ୍କ ଅଧ୍ୟକ୍ଷତାରେ ସାମାଜିକ ଦୂରତା ରକ୍ଷା କରି ସ୍ବାଧିନତା ଦିବସ ପାଳନ ହୋଇଥିଲା। ମହାବିଦ୍ୟାଳୟର କର୍ମଚାରୀମାନେ ଜାତୀୟ ସଙ୍ଗୀତ ଗାନ କରି ଜାତୀୟ ପତାକାକୁ ସମ୍ମାନ ଜଣାଇଥିଲେ। ସେହିପରି ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ, ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନରେ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ବାଣିଣ୍ୟ ଅଧ୍ୟାପକ ସୁଶିଲ କୁମାର ମହାକୁଡ ପରିଚାଳନା କରିଥିଲେ। ଶଚ୍ଚିକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।