ସାମାଜିକ ଦୂରତା ନିୟମ କଡ଼ାକଡ଼ି

ଢେଙ୍କାନାଳ ଅଫିସ, ୮।୪ – ସାମାଜିକ ଦୂରତ୍ୱ ନିୟମକୁ ଅଧିକ କଡ଼ାକଡ଼ି କରିଛି ଢେଙ୍କାନାଳ ଜିଲା ପ୍ରଶାସନ। ଏଣିକି ସହରରେ କେବଳ ସକାଳ ବେଳା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ଏଥିଲାଗି ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ଯାଏ ସମୟ ଧାର୍ଯ୍ୟ କରାଯାଇଥିବା ପୌରସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଔଷଧ ଦୋକାନକୁ ଏଥିରୁ ବାଦ୍‌ ଦିଆଯାଇଛି। ଔଷଧ ଦୋକାନ ସବୁ ସମୟରେ ଖୋଲା ରହିପାରିବ। ଏ ନେଇ ଡାକବାଜି ଯନ୍ତ୍ର ସହାୟତାରେ ଜନସାଧାରଣଙ୍କୁ ଅବଗତ କରାଯାଇଛି। ପୂର୍ବରୁ ବୁଧବାର ଏବଂ ରବିବାର ଅପରାହ୍ନରେ ଦୋକାନ ଖୋଲାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ମଙ୍ଗଳବାର ଏହାକୁ ରଦ୍ଦ କରାଯାଇଛି। ସେହିପରି ରଥଗଡ଼ାସ୍ଥିତ ସମସ୍ତ ପରିବା ଏବଂ ଆମିଷ ଦୋକାନକୁ ଜଗନ୍ନାଥରୋଡସ୍ଥିତ ପୋତାପୋଖରୀ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ବ୍ୟବସାୟୀମାନେ ଏହାକୁ ଅମାନ୍ୟ କଲେ ଦୋକାନ ସିଲ କରିଦିଆଯିବ ବୋଲି ପୌରସଂସ୍ଥା ପକ୍ଷରୁ ତାଗିଦ୍‌ କରାଯାଇଛି। ସାମାଜିକ ଦୂରତା ରକ୍ଷାରେ ସହଯୋଗ ନ କଲେ ବ୍ୟବସାୟୀଙ୍କ ଦୋକାନ ସିଲ୍‌ କରାଯିବ। ତାଙ୍କର ଟ୍ରେଡ୍‌ ଲାଇସେନ୍ସ ରଦ୍ଦ କରାଯିବ। ଏଥିସହ ଆପରାଧିକ ମାମଲା ରୁଜୁ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ସୂଚନା ଦେଇଛନ୍ତି।
ସେହିପରି ସହରରେ ଦୁଇଚକିଆ ଯାନ ଚଳାଚଳ ନିଷେଧ କରାଯାଇଛି। ମଙ୍ଗଳବାର ଟାଉନ ଥାନା ପୋଲିସ ବାଇକ୍‌ ଆରୋହୀଙ୍କୁ ଏ ନେଇ ସଚେତନ କରାଇଥିଲା। ଏଥିସହ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ୧୦ଜଣଙ୍କୁ ଗିରଫ କରାଯିବା ସହ ୮ବାଇକ ଜବତ କରାଯାଇଛି। ଏଥିସହିତ ୧୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ବାଇକ୍‌ ଆରୋହୀଙ୍କ ଉପରେ ଏପରି କଟକଣାକୁ ନେଇ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ବାଇକ୍‌ ଆରୋହୀମାନେ ଯୁକ୍ତିତର୍କ କରୁଥିବାବେଳେ ସେମାନଙ୍କୁ ବୁଝାଶୁଝା କରି ପୋଲିସ ପଠାଇ ଦେଇଥିଲା। ଏସ୍‌ପିଙ୍କ ଅନୁପମା ଜେମ୍‌ସଙ୍କ ନିର୍ଦ୍ଦେଶରେ ଲକ୍‌ଡାଉନ୍‌କୁ ସଫଳ କରିବାକୁ ପାଟ୍ରୋଲିଂ ଚାଲିଥିବା ଟାଉନ ଥାନାଧିକାରୀ ଜ୍ଞାନରଞ୍ଜନ ସାମଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri