ସାବିତ୍ରୀ ପାଇଁ ଆଗୁଆ ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ପୋଲସରା,୨୦ା୫(ଡି.ଏନ.ଏ.)-ପୋଲସରା ବ୍ଲକ କଳମ୍ବ ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନ ସାବିତ୍ରୀ ବ୍ରତ ପାଇଁ ଶୁକ୍ରବାର ପୂର୍ବାହ୍ନ ୯ଟାରୁ ଶନିବାର ସକାଳ ୭ଟା ପର୍ଯ୍ୟନ୍ତ ପଞ୍ଚାୟତକୁ ଶଟ୍‌ଡାଉନ ଘୋଷଣା କରିଛନ୍ତି। ପୂଜାରେ ମାସ୍କ ବ୍ୟବହାର ସହ ସାମାଜିକ ଦୂରତ୍ୱ ରଖିବା, ସର୍ବସାଧାରଣ ସ୍ଥାନରେ ଜନଗହଳି ହୋଇ ପୂଜା ନ କରିବା, ଚଉଁରା ନିକଟରେ ୫ ଜଣରୁ ଅଧିକ ରହି ପୂଜା ନ କରିବା ଓ ପ୍ରସାଦ ବଣ୍ଟନ ନ କରିବାକୁ ଗାଇଡ୍‌ଲାଇନ୍‌ ଜାରି କରିଥିବା ସରପଞ୍ଚ ପ୍ରଧାନ ସୂଚନା ଦେଇଛନ୍ତି। ଏହି ପଞ୍ଚାୟତରେ ୧୫ ସଙ୍ଗରୋଧ ଗୃହରେ ୫ ଶହରୁ ଊର୍ଦ୍ଧ୍ୱ ଅନ୍ତେବାସୀ ରହୁଛନ୍ତି। ସେମାନେ ସମସ୍ତେ ସ୍ଥାନୀୟ ପଞ୍ଚାୟତର।