ସାବାସ ଆମୀର

ଆମୀର ଖାନ୍‌ଙ୍କ ନାୟକ ଭାବରେ ବଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ‘କୟାମତ୍‌ ସେ କୟମତ୍‌ ତକ୍‌’ରୁ। ନାୟକ ଭାବେ କେବଳ ସେ ନୁହନ୍ତି ନାୟିକା ଭାବରେ ଜୁହି ଚାଓ୍ବଲାଙ୍କୁ ମଧ୍ୟ ଏଥିରେ ବ୍ରେକ୍‌ ମିଳିଥିଲା। ଫିଲ୍ମଟି ମଧ୍ୟ ସୁପରହିଟ୍‌ ହୋଇଥିଲା। ଇତି ମଧ୍ୟରେ ଆମୀର ନିଜକୁ ଜଣେ ଅଭିନେତା ଭାବରେ କେତେ ଲୋକପ୍ରିୟ କରାଇପାରିଛନ୍ତି ତାହା କହିବା ବାହୁଲ୍ୟ। ବଲିଉଡ୍‌ରେ ସେ ସୃଷ୍ଟି କରିଥିବା ରେକର୍ଡ ମଧ୍ୟରୁ ଦୁଇଟିକୁ ନେଇ ସେ ଅଧିକ ଚର୍ଚ୍ଚିତ ରହିଥିଲେ। ତାଙ୍କ ଅଭିନୀତ ‘ଗଜନୀ’ ୧୦୦କୋଟି କ୍ଲବରେ ସାମିଲ ହୋଇଥିଲା। ଏପରି ସଫଳତା ହାସଲ କରିବାରେ ଏହା ଥିଲା ପ୍ରଥମ ହିନ୍ଦୀ ସିନେମା। ଅନ୍ୟପକ୍ଷରେ ୨୦୦ କୋଟି କ୍ଲବରେ ସାମିଲ ହୋଇଥିବା ପ୍ରଥମ ହିନ୍ଦୀ ସିନେମା ‘ଥ୍ରୀ ଇଡିୟଟସ’ରେ ମଧ୍ୟ ଆମୀର ଅଭିନୟ କରିଥିଲେ।

Share