ସାବଧାନ! ସମୁଦ୍ରରେ ସ୍ନାନ କଲେ ହୋଇପାରେ ଏହିସବୁ ରୋଗ

ଅଧିକାଂଶ ଲୋକ ସମୁଦ୍ରରେ ସ୍ନାନ କରିବାକୁ ପସନ୍ଦ କରିଥାନ୍ତି। ମାତ୍ର ଏହାଦ୍ୱାରା ଶରୀରରେ କ’ଣ କ୍ଷତି ହୋଇଥାଏ ସେ ସମ୍ପର୍କରେ ଖୁବ୍‌ କମ୍‌ ଲୋକ ଜାଣିଛନ୍ତି। ତେବେ ଆସନ୍ତୁ ଜାଣିବା ସମୁଦ୍ରରେ ସ୍ନାନ କଲେ କେଉଁ ରୋଗରେ ଆକ୍ରାନ୍ତ ହେବାକୁ ପଡ଼େ। ଏକ ସର୍ବେକ୍ଷଣରୁ ଜଣାଯାଇଛି, ସମୁଦ୍ରରେ ସ୍ନାନ କରିବାର ୨୪ ଘଣ୍ଟା ପର୍ଯ୍ୟନ୍ତ ବ୍ୟାକ୍ଟେରିଆ ଶରୀର ମଧ୍ୟରେ ରହିଥାନ୍ତି। ଫଳରେ ଏହା ଶରୀରରେ କ୍ଷତି ପହଞ୍ଚାଇଥାନ୍ତି। ଯେଉଁମାନେ ସମୁଦ୍ରରେ ସ୍ନାନ କରିଥାନ୍ତି ସେମାନଙ୍କୁ ଚର୍ମରୋଗ, ପେଟରୋଗ, ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହୋଇଥାଏ। ଏକ ତଥ୍ୟରୁ ପ୍ରକାଶ ଯେ, ସମୁଦ୍ରରେ ସ୍ନାନ କରିବା ପୂର୍ବରୁ ଶରୀରରୁ ଯେତିକି ବ୍ୟାକ୍ଟେରିଆ ବାହାରି ଯାଇଥାନ୍ତି ସ୍ନାନ ସମୟରେ ତା’ଠୁ ଢେର ଅଧିକ ବ୍ୟାକ୍ଟେରିଆ ଶରୀରରେ ପ୍ରବେଶ କରିଥାନ୍ତି। ସମୁଦ୍ରରେ ବାୟବ୍ରିୟୋ ନାମକ ବ୍ୟାକ୍ଟେରିଆ ରହିଥାଏ। ଏହି ବ୍ୟାକ୍ଟେରିଆ ଦ୍ରୁତ ଗତିରେ ଶରୀରରେ ପ୍ରବେଶ କରି ସଂକ୍ରମିତ କରାଇଥାଏ। ଫଳରେ ଚର୍ମରୋଗ ଦେଖାଦେଇଥାଏ। ସି-ଫୁଡ୍‌ ଜନିତ ରୋଗର ମୁଖ୍ୟ କାରଣ ହେଉଛି ଏହି ବ୍ୟାକ୍ଟେରିଆ।