Categories: ଜାତୀୟ

ସାବଧାନ: ପାକିସ୍ତାନରୁ ଆସୁଛି ‘କୌନ ବନେଗା କରୋଡପତି’ ମେସେଜ୍‌

ନୂଆଦିଲ୍ଲୀ,୨୩।୯: ସୁରକ୍ଷା ଏଜେନ୍ସିର ସୂଚନା ଅନୁଯାୟୀ ଭାରତର ଲୋକପ୍ରିୟ ଟେଲିଭିଜନ ଶୋ’ ‘କୌନ ବନେଗା କରୋଡପତି’ କୁ ବଦନାମ କରିବାକୁ ପାକିସ୍ତାନର କେତେ ଜଣ ଲୋକ ସୋସିଆଲ ମିଡିଆ ଜରିଆରେ ଭୁଲ୍‌ ମେସେଜ୍‌ ପଠାଉଥିବା ଜଣାପଡିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ସୁରକ୍ଷା ଆଡଭାଇଜରୀ ଅନୁଯାୟୀ, ବିରୋଧୀ ଏହି ମେସେଜର ଲାଭ ଉଠାଇ ହ୍ବାଟସ୍‌ ଆପ୍‌ ଗ୍ରୁପ କରି ଲୋକଙ୍କୁ ଯୋଡିବାକୁ ଚେଷ୍ଟା କରୁଛନ୍ତି। ଉକ୍ତ ଆଡଭାଇଜରୀରେ ପାକିସ୍ତାନର ୨ଟି ଫୋନ୍‌ ନମ୍ବର ଦିଆଯାଇଥିବା ବେଳେ ସେହି ନମ୍ବର ହ୍ବାଟସ୍ପ ଆପ୍‌ ଗ୍ରୁପର ଆଡମିନ ଥିବା କୁହାଯାଇଛି। ତେବେ ପ୍ରତିରକ୍ଷା ମନ୍ତ୍ରଣାଳୟର ସାଇବର ସେଲ୍‌ ପକ୍ଷରୁ କୁହାଯାଇଛି କି ଯେଉଁମାନେ ଏଭଳି ଗ୍ରୁପରେ ଅଛନ୍ତି ତୁରନ୍ତ ଏଥିରୁ ଏକ୍ସିଟ୍‌ ହୋଇ ଯାଆନ୍ତୁ।

Share