ସାବଧାନ! ଏସବୁ ଖରାପ ଅଭ୍ୟାସ ପାଇଁ ହୋଇପାରନ୍ତି ମୋଟା

ଖାଲି ଖାଦ୍ୟ ଯୋଗୁ ଲୋକେ ମୋଟା ହୁଅନ୍ତି ତାହା ନୁହେଁ। ଏକ ଗବେଷଣାରୁ ଜଣାପଡ଼ିଛି, କେତେକ ଖରାପ ଅଭ୍ୟାସ ଯୋଗୁ ଲୋକେ ଖୁବ୍‌ଶୀଘ୍ର ମୋଟା ହୋଇଯାଇଥାନ୍ତି। ଯାହା ପ୍ରତି ଆଦୌ ଧ୍ୟାନ ନ ଥାଏ। ତେବେ ଜାଣନ୍ତୁ ଏ ସମ୍ପର୍କରେ…

ସୋସିଆଲ ମିଡିଆ:
ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସି ମୋବାଇଲ ଦେଖିବା ମୋଟା ହେବାର ମୁଖ୍ୟ କାରଣ। ଏହା ବ୍ୟତୀତ ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ ବସି ରହିଲେ ମଧ୍ୟ ମୋଟା ହେବାର ସମ୍ଭାବନା ବଢ଼ିଥାଏ। ରାତିରେ ନ ଶୋଇ ମୋବାଇଲ୍‌ରେ ଦୀର୍ଘ ସମୟ ଚାଟିଂ କଲେ ନିଦ ଆସି ନ ଥାଏ। ଫଳରେ ଶରୀରରେ ମେଟାବୋଲିଜିମ୍‌ ଖରାପ ହୋଇ ଫ୍ୟାଟ୍‌ ବଢ଼ାଇଦିଏ।

ଟିଭି ଦେଖି ଖାଦ୍ୟ ଖାଇବା:
ଅଧିକାଂଶ ଲୋକ ଖାଇବା ସମୟରେ ଟିଭି ଦେଖିଥାନ୍ତି। ଟିଭିରେ ଏତେ ନିମଗ୍ନ ହୋଇଯାନ୍ତି ଯେ, ଖାଇବା ଶେଷ ହୋଇଯାଇଥିଲେ ମଧ୍ୟ ଦୀର୍ଘ ସମୟ ଧରି ବସି ରହିଥାନ୍ତି। ଫଳରେ ବସି ରହିବାରୁ ପେଟରେ ଚର୍ବି ବଢ଼ିଯାଏ। ତେଣୁ ଖାଇବାର କିଛି ସମୟ ପରେ ନ ବସି ୧୫/୨୦ ମିନିଟ୍‌ ଚଲାବୁଲା କରିବା ଉଚିତ୍‌।

ପ୍ଲାଷ୍ଟିକ୍‌ ବାସନରେ ଖାଇବା:

ଆଜିକାଲି ଲୋକେ ଖାଇବା ସମୟରେ ପ୍ଲାଷ୍ଟିକ୍‌ ପ୍ଲେଟ୍‌, ବୋତଲ ଆଦି ବ୍ୟବହାର କରୁଛନ୍ତି। ଏହା ମଧ୍ୟ ମୋଟା ହେବାର ଆଉ ଏକ କାରଣ। ଏତଦ୍‌ବ୍ୟତୀତ ପ୍ଲାଷ୍ଟିକ୍‌ ସାମଗ୍ରୀ ଯୋଗୁ ଅନ୍ୟାନ୍ୟ ରୋଗ ବଢ଼ିଯାଉଛି। ପ୍ଲାଷ୍ଟିକ୍‌ରେ ଟକ୍‌ସିନ୍‌ସ ନାମକ ଏକ ପଦାର୍ଥ ରହିଥାଏ। ଯାହା ଶରୀରରେ ହର୍ମୋନାଲ ଅସନ୍ତୁଳନର କାରଣ ହୋଇଥାଏ। ଏଥିଯୋଗୁ ମେଦବହୁଳତା ବୃଦ୍ଧି ହୋଇଥାଏ। ତେଣୁ ପ୍ଲାଷ୍ଟିକ୍‌ ବାସନରୁ ଦୂରେଇ ରହିବା ଜରୁରୀ।