ସାପ ଧରି ଯୁବକଙ୍କ ଉନ୍ମତ୍ତ କାଣ୍ଡ

ଔପଦା,୧୯।୧୨(ଡି.ଏନ.ଏ.)-ଔପଦା ବ୍ଲକ ସଦର ବଜାରରେ ଥିବା ସିଦ୍ଧେଶ୍ୱର ମହାଦେବ ମନ୍ଦିର ମଧ୍ୟକୁ ଜଣେ ଯୁବକ ହାତରେ ସାପ ଧରି ପଶି ଉନ୍ମତ୍ତ କାଣ୍ଡ ଭିଆଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବିଷୟ ହୋଇଛି। ଉକ୍ତ ଯୁବକ ହେଲେ ପୃଥ୍ବୀରାଜ କର (୨୬)।
ଗୁରୁବାର ମଧ୍ୟାହ୍ନରେ ପୃଥ୍ବୀରାଜ ନିଜକୁ ଜଣେ ଶିବଭକ୍ତ କହି ହାତରେ ସାପ ଧରି ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ। ଯୁବକଙ୍କ ଏତାଦୃଶ କାର୍ଯ୍ୟ ଦେଖି ଉପସ୍ଥିତ ଶ୍ରଦ୍ଧାଳୁ ଓ ପୂଜକ ରବୀନ୍ଦ୍ର ପଣ୍ଡା ଏହାକୁ ବାରଣ କରିଥିଲେ। ହେଲେ ସେ କଥା ନ ମାନି ଗର୍ଭ ଗୃହ ମଧ୍ୟରେ ପ୍ରବେଶ କରି ଆଣିଥିବା ସାପକୁ ଶିବ ଲିଙ୍ଗରେ ଛାଡ଼ିଥିଲେ ଓ ତ୍ରିଶୂଳ ଧରି ପୂଜକଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଖବର ପାଇ ଔପଦା ଥାନାର ଭାରପ୍ରାପ୍ତ ଅଧିକାରୀ ସଦଳବଳ ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ରଣକୁ ନେବା ସହ ଉନ୍ମତ୍ତ ଯୁବକଙ୍କୁ କାବୁ କରିଥିଲେ। ପରେ ସାପକୁ ଧରି ଏକ ଜାର୍‌ରେ ରଖିଥିଲେ। ଏହାପରେ ସ୍ଥାନୀୟ ବନ ବିଭାଗକୁ ସାପକୁ ହସ୍ତାନ୍ତର କରାଯିବା ସହ ଯୁବକଙ୍କୁ ତାଙ୍କ ଅଭିଭାବକଙ୍କ ସହ ଯୋଗାଯୋଗ କରାଯାଇ ଜିମା ଦିଆଯାଇଛି।