ସାପୁଆ ନଦୀରେ ଭାସି ବୃଦ୍ଧା ନିଖୋଜ ଘଟଣା: ମୃତଦେହ ଉଦ୍ଧାର

ଭାପୁର,୧୫।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ସାପୁଆ ନଦୀରେ ଭାସି ଯାଇ ସତୀ ଘଡେଇ (୮୩) ନାମରେ ଜଣେ ବୃଦ୍ଧା ରବିବାର ସକାଳେ ନିଖୋଜ ହୋଇଯାଇଥିଲେ। ତେବେ ପରିବାର ଲୋକଙ୍କ ପକ୍ଷରୁ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଥିବା ବେଳେ ଭାପୁର ଅଗ୍ନିଶମ କର୍ମଚାରୀ ପହଞ୍ଚି ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଖବରପାଇ ଭାପୁର ପୋଲିସ ମୃତଦେହ ବ୍ୟବଚ୍ଛେଦ ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।