ସାପକୁ ମାରି ମାଲିକଙ୍କ ପରିବାରକୁ ବଞ୍ଚାଇଲା ଡଗି

ଜୟପୁର,୧୨ା୧୧ (ନି.ପ୍ର/ଡ଼ି.ଏନ.ଏ): ନିଜ ଜୀବନକୁ ବାଜି ଲଗାଇ ୬ ପ୍ରାଣୀଙ୍କ ଜୀବନ ବଞ୍ଚାଇଛି ଘରର ପୋଷା କୁକୁର ଡଗି। ଏକ ବିଷଧର ନାଗ ସାପ ସହ ଅଧଘଣ୍ଟା ଧରି ଲଢେଇ କରି ଶେଷରେ ସାପକୁ ଦୁଇଖଣ୍ଡ କରି ଦେଇଛି ଡଗି। ଏପରି ଘଟଣା ଦେଖିବାକୁ ମିଳିଛି ଜୟପୁର ସହରର ପାଓ୍ବାର ହାଉସ ରିଙ୍ଗ୍‌ରୋଡ଼ରେ।
ରିଙ୍ଗ୍‌ରୋଡ଼ ୭ମ ଗଳିରେ ଶଙ୍କର ପ୍ରସାଦ ତ୍ରିପାଠୀ ଓ ତାଙ୍କ ପରିବାର ରୁହନ୍ତି। ରବିବାର ଅପରାହ୍ନ ୩ଟାରେ ୫ ଫୁଟ ଲମ୍ବର ଏକ ନାଗସାପ ଘର ଭିତରକୁ ପ୍ରବେଶ କରିଥିଲା। ଘର ଅଗଣାରେ ଥିବା ପୋଷା କୁକୁର ସାପଟିକୁ ଦେଖି ଜୋରରେ ଭୁକିଥିଲା। କୁକୁର ଭୁକିବା ଶବ୍ଦ ଶୁଣି ପରିବାରର ସମସ୍ତ ସଦସ୍ୟ ବାହାର ଅଗଣାକୁ ଚାଲିଆସିଥିଲେ। କିନ୍ତୁ ଭୟରେ ସାପ ନିକଟକୁ କେହି ଯାଇ ନ ଥିଲେ। ପରେ ଶଙ୍କର ସ୍ଥାନୀୟ ବନ୍ୟଜନ୍ତୁ ଉଦ୍ଧାରକାରୀ ଦଳର ମୁଖ୍ୟ କୃଷ୍ଣକେଶବ ଷଡଙ୍ଗୀଙ୍କୁ ଯୋଗାଯୋଗ କରିଥିଲେ। ସେ ପହଞ୍ଚତ୍ବା ପୂର୍ବରୁ ସାପଟି ଡ଼ଗିକୁ ୨ ଥର ଚୋଟ ମାରିଥିଲେ ମଧ୍ୟ ତାହା ବାଜି ନ ଥିଲା। ପରେ ସାପ ଓ କୁକୁର ଡ଼ଗି ମଧ୍ୟରେ ଅଧ ଘଣ୍ଟା ଧରି ଲଢେଇ ହୋଇଥିଲା। ଶେଷରେ ଡଗି ସାପକୁ କାମୁଡ଼ି ୨ ଖଣ୍ଡ କରି ଦେଇଥିଲା। ସାପଟି ଫଣା ଟେକି କିଛି ସମୟ ରହିବା ପରେ ସେଠାରୁ ବାହାରକୁ ଚାଲିଯାଇଥିବା ଡଗିର ଲାଳନ ପାଳନ କରୁଥିବା ସଞ୍ଜୀବ ତ୍ରିପାଠୀ କହିିଛନ୍ତି। ପରେ ବନ୍ୟଜନ୍ତୁ ଉଦ୍ଧାରକାରୀ ଦଳର ମୁଖ୍ୟ ଷଡଙ୍ଗୀ ସାପଟିକୁ ଧରିଥିଲେ। ହେଲେ କିଛି ସମୟ ପରେ ସାପଟିର ମୃତ୍ୟୁ ହୋଇଥିଲା। ଡ଼ଗି ନିଜ ଜୀବନକୁ ବାଜି ଲଗାଇ ୬ ପ୍ରାଣୀର ଜୀବନ ବଞ୍ଚାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ଗଞ୍ଜାମ ଭାଜପାର ନୂଆ କର୍ମକର୍ତ୍ତା ଘୋଷଣା: ସରୋଜ ଦାସ ଜିଲା ଉପସଭାପତି, ଦୀପକ ବେହେରା…

ଛତ୍ରପୁର,୨୯।୯(ବିଦ୍ୟାଧର ସାହୁ): ଭାରତୀୟ ଜନତା ପାର୍ଟି (ଭାଜପା) ଗଞ୍ଜାମ ଜିଲା ସଭାପତି ସରୋଜ ସାବତ ଏବଂ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବାଇଧର ମଲ୍ଲିକଙ୍କ ଅନୁମୋଦନ…

ବାରହା ଆକ୍ରମଣରେ ଗାଈ ଜଗାଳି ଗୁରୁତର: ପୋଷା ବାରହାକୁ ନେଇ ବନ ବିଭାଗର ଭୂମିକା ଉପରେ ପ୍ରଶ୍ନବାଚୀ

ଖଜୁରୀପଡ଼ା,୨୯।୯(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭେଇଗୁଡ଼ା ଗ୍ରାମର ଗୋପାଳ ବେହେରା (୫୦) ଗୁରୁବାର ନେଡ୍ରିଖୋଲ ଗ୍ରାମର ଝରନିଖୋଲ ନିକଟରେ ଗାଈ ଚରାଉଥିବା ସମୟରେ ଏକ ପୋଷା…

ଜୁନାଗଡ଼ ବ୍ଲକ୍ PEO ସଂଘର ସାଧାରଣ ପରିଷଦ ବୈଠକ: ପୁନର୍ବାର ସଭାପତି ଭାବେ ଆକାଶ ସାହୁ ମନୋନୀତ

ଜୁନାଗଡ଼,୨୯।୯ (ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ସଂଘର ସାଧାରଣ ପରିଷଦ…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?