ସାନ ମାଛକାନ୍ଦଣା ଡ୍ୟାମ୍‌ରେ କମୁଛି ଜଳସ୍ତର: ପୁରୁଣା ସହରରେ ପାଣି ପାଇଁ ହାହାକାର

କେନ୍ଦୁଝର,୧୪ା୬(ସ୍ବ.ପ୍ର.)-କେନ୍ଦୁଝର ପୁରୁଣା ସହରରେ ଦୀର୍ଘଦିନ ହେଲା ଜଳ ସଙ୍କଟ ସମସ୍ୟା ଲାଗି ରହିଛି ା ପାଇପ ଦ୍ୱାରା ଜଳ ଯୋଗାଣ ହୋଇପାରୁ ନାହିଁ ା ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି। ବଡ଼ବଡିଆ ଲୋକେ ବୋରଓ୍ବେଲ ଖୋଳି ନିଜର ଆବଶ୍ୟକତା ଅନୁଯାୟୀ ପାଣି ବ୍ୟବହାର କରୁଛନ୍ତି ା ହେଲେ ପାଇପ ଜଳ ଉପରେ ନିର୍ଭର କରୁଥିବା ସାଧାରଣ ଓ ଗରିବ ଲୋକେ ବାଲ୍‌ଟିଏ ପାଣି ପାଇଁ ଷ୍ଟାଣ୍ଡ ପଏଣ୍ଟ ପାଖରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ା ଏନେଇ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ ଚୁପ୍‌ ହୋଇ ବସିଛନ୍ତି ା ଜଳସ୍ତର ହ୍ରାସ ପାଇଥିବାରୁ ପାନୀୟ ଜଳ ଯୋଗାଣ ହୋଇପାରୁ ନାହିଁ ବୋଲି କହୁଛନ୍ତି। ଅନ୍ୟପକ୍ଷେ ଟ୍ୟାଙ୍କର ଯୋଗେ ଯୋଗାଇ ଦିଆଯାଉଥିବା ଜଳ ସମୁଦ୍ରକୁ ଶଙ୍ଖେ ପରି ହୋଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ା
ସୂଚନା ଅନୁଯାୟୀ, ବହୁ ବର୍ଷ ହେବ ସାନମାଛକାନ୍ଦଣା ଜଳସେଚନ ପ୍ରକଳ୍ପରୁ କେନ୍ଦୁଝର ସହରକୁ ପାନୀୟ ଜଳ ଯୋଗାଣ ହୋଇଆସୁଛି। ଡ୍ୟାମ୍‌ ଜଳକୁ ପାଇପ ଦ୍ୱାରା ଅଣାଯାଇ ପ୍ରଥମେ ଜୁଡିଆଘାଟି ବିଶୋଧନ ପ୍ରକଳ୍ପରେ ବିଶୋଧନ କରାଯାଏ ା ଏହାପରେ ସହରକୁ ପାଇପ ମାଧ୍ୟମରେ ଜଳ ଯୋଗାଣ କରାଯାଉଛି ା କାନଝରୀ ଡ୍ୟାମରୁ କେନ୍ଦୁଝର ସହରକୁ ଜଳ ଯୋଗାଣ ହେବା ପରେ ଏହି ପୁରାତନ ପ୍ରକଳ୍ପରୁ କେନ୍ଦୁଝର ପୁରୁଣାସହର, ଆଟପୁର, ମାଧପୁର ଆଦି ୧୦ଟି ଓ୍ବାର୍ଡକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ବିନା ପମ୍ପରେ ଅର୍ଥାତ୍‌ ମାଧ୍ୟାକର୍ଷଣ ଶକ୍ତି ବଳରେ ଏହି ଜଳ ଯୋଗାଣ ହେଉଥିବାରୁ ବିଦ୍ୟୁତ୍‌ ବାବଦ ଖର୍ଚ୍ଚ ବଞ୍ଚୁଛି। ଏହା ଦ୍ୱାରା ପ୍ରାୟ ୩୦ ହଜାର ଲୋକେ ଉପକୃତ ହୋଇଥାନ୍ତି ା ଏବେ ଜଳ ଯୋଗାଣ ବନ୍ଦ ହେବା ଯୋଗୁ ୧୦ ଟି ଓ୍ବାର୍ଡର ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପାଣି ପାଇଁ ନାନା ସମସ୍ୟା ଭୋଗୁଛନ୍ତି। ଡ୍ୟାମରୁ ପୁରୁଣା ସହର ମାତ୍ର ୫ରୁ ୬ କି.ମି. ଦୂର ା କିନ୍ତୁ ପାହାଡିଆ ଓ ଅଙ୍କାବଙ୍କା ରାସ୍ତାଦେଇ ପାଇପରେ ପାଣି ଆସୁଥିବାରୁ ଏପରି ସମସ୍ୟା ଉପୁଜୁଥିବା ଅଭିଯୋଗ ହୋଇଛି ା
ସୂଚନାଯୋଗ୍ୟ, ଆଜକୁ ୩୫ ବର୍ଷ ତଳେ ଏହି ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଥିଲା। କେବଳ ପାନୀୟ ଜଳ ଯୋଗାଣ ନୁହେଁ, ସେହି ଜଳକୁ କୃଷିକ୍ଷେତ୍ର ପାଇଁ ମଧ୍ୟ ବ୍ୟବହାର କରାଯାଉଛି ା ଡ୍ୟାମ ନିକଟରେ ଥିବା ବଡଘାଗରା ଜଳପ୍ରପାତ ଓ ପ୍ରାୟ ୫ କି.ମି. ଦୂରରେ ଥିବା ସାନଘାଗରା ଜଳପ୍ରପାତ ଦେଇ ଉକ୍ତ ଡ୍ୟାମ୍‌ର ଜଳ ପ୍ରବାହିତ ହେଉଛି ା ସେହି ଜଳ ଦ୍ୱାରା ସଦରବ୍ଲକ ରାଇସୁଆଁ ପଞ୍ଚାୟତ ଅଧୀନ ଚାଷଜମି ଶସ୍ୟଶାମଳା ହେଉଛି ା ସେହି ଡ୍ୟାମ୍‌ରୁ ଦୈନିକ ୨ କିଲୋଓ୍ବାଟ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଓରେଡା ବିଭାଗ ଅଧୀନ ଏକ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ ରହିଛି ା ହେଲେ ରକ୍ଷଣାବେକ୍ଷଣର ଅଭାବରୁ ଏହା ପ୍ରାୟ ୪ ବର୍ଷ ହେଲା ଅଚଳ ହୋଇ ପଡିଛି ା ଉକ୍ତ ପ୍ରକଳ୍ପ ସମ୍ପ୍ରସାରଣ କରାଗଲେ ଘଣ୍ଟାକୁ ୪ କିଲୋଓ୍ବାଟ ବିଦ୍ୟୁତ୍‌ ଉତ୍ପାଦନ ହୋଇ ପାରିବ ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି ା
ବହୁମୁଖୀ ସାନମାଛକାନ୍ଦଣା ଡ୍ୟାମର ପୁନରୁଦ୍ଧାର ବାବଦକୁ ବହୁ ଅର୍ଥ ଖର୍ଚ୍ଚ କରାଯାଇଛି ା ହେଲେ ପାଣି ଗଚ୍ଛିତ ରହୁ ନ ଥିବାରୁ ପୁନରୁଦ୍ଧାର କାର୍ଯ୍ୟକୁ ନେଇ ସନ୍ଦେହ ପ୍ରକାଶ ପାଇଛି ା ଏବେ ଉପରୋକ୍ତ ଅଞ୍ଚଳରେ ନଳକୂପ, କୂପ ଆଦି ଶୁଖି ଯାଇଛି ା ପାଇପ ପାଣି ଉପରେ ସମସ୍ତେ ନିର୍ଭର କରୁଛନ୍ତି ା ଟ୍ୟାଙ୍କରରେ ପାଣି ଯୋଗାଇ ଦିଆଯାଉଥିଲେ ମଧ୍ୟ ତାହା ସମସ୍ତଙ୍କ ପାଖରେ ପହଞ୍ଚିପାରୁନାହିଁ ା ଏଣୁ ହୁଡକୋ କଲୋନୀ ନିକଟରେ ଥିବା ବୋର ଓ୍ବେଲରୁ ସାମୟିକ ଭାବେ ପାଣି ଯୋଗାଇ ଦିଆଗଲେ ଜଳ ସମସ୍ୟାର ସମାଧାନ ହୋଇ ପାରନ୍ତା ବୋଲି ସ୍ଥାନୀୟ ବରିଷ୍ଠ ଆଇନଜୀବୀ ଅଶୋକ ଦାସ କହିଛନ୍ତି। ଅନ୍ୟପକ୍ଷରେ ଜନସ୍ବାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ଘାସିରାମ ମାଝୀ କହିଛନ୍ତି, ଡ୍ୟାମରେ ପାଣି ନ ଥିବାରୁ ଏଭଳି ସମସ୍ୟା ଦେଖାଦେଉଛି ା ଟ୍ୟାଙ୍କର ଜରିଆରେ ପାଣି ଯୋଗାଇ ଦିଆଯାଉଛି ା ଡ୍ୟାମରେ ପାଣି ଭର୍ତ୍ତି ହେଲେ ଏହି ସମସ୍ୟା ଦୂର ହେବ ବୋଲି ସେ କହିଛନ୍ତି ା ଏବେ ସାନମାଛକାନ୍ଦଣା ଡ୍ୟାମରେ ପ୍ରାୟ ୮ ଫୁଟ ପାଣି ଅଛି ା


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

ପିଇବା ପାଣି ପାଇଁ ଗର୍ଜିଲେ ଅଞ୍ଚଳବାସୀ: ସମାଧାନ ପାଇଁ ମିଳିଲା ପ୍ରତିଶ୍ରୁତି

ଦାରିଙ୍ଗବାଡି,୬।୪(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡବେରୀ ଶାଳବଣଠାରେ ସୋମବାର ଡବେରୀ ଅଞ୍ଚଳକୁ ମଦମୁକ୍ତ ଏବଂ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ବସିଲା ବୈଠକ। ଅଞ୍ଚଳର…

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri