ସାନିଟାଇଜ ହେଲା ସ୍ବାସ୍ଥ୍ୟକେନ୍ଦ୍ର ପରିସର

ଚିତ୍ରଡା, ୧୨।୪(ଡି.ଏନ.ଏ.)-କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବ୍ଲକ ପ୍ରଶାସନ ତରଫରୁ ଶନିବାର କିଷାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସାନିଟାଇଜ କରାଯାଇଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା କରୋନା ୱାର୍ଡ, ଓପିଡି ଆଦି ବିଭିନ୍ନ ସ୍ଥାନରେ ସାନିଟାଇଜ କରାଯାଇଛି। ଅଗ୍ନିଶମ ବିଭାଗର ଗୋଟିଏ ଗାଡିରେ ସୋଡିୟମ ହାଇପୋକ୍ଲୋରାଇଡ଼ କେମିକାଲ ଯୁକ୍ତ ପାଣି ସ୍ପ୍ରେ କରାଯାଇଛି। ଏତଦ୍‌ବ୍ୟତୀତ ବ୍ଲକ ଏବଂ ତହସିଲ କାର୍ଯ୍ୟାଳୟରେ ବିଡିଓ ପ୍ରିୟବ୍ରତ ପାଢ଼ୀ ନିଜେ ଉପସ୍ଥିତ ରହି କାର୍ଯ୍ୟାଳୟ ପରିସରକୁ ସାନିଟାଇଜ କରାଇଥିଲେ। ଫାୟାର ଷ୍ଟେସନ ଅଫିସର ପ୍ରତାପ ଚନ୍ଦ୍ର ପାଲଙ୍କ ତତ୍ତ୍ୱାବଧାନରେ ମୋରଡ଼ା ଅଗ୍ନିଶମ କେନ୍ଦ୍ରର ପ୍ରାୟ ୭ ଜଣ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ। ରବିବାର ବ୍ଲକ ମଧ୍ୟରେ ଥିବା ଚିତ୍ରଡା ମାର୍କେଟ ଏବଂ ମୋରଡ଼ା ମାର୍କେଟକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବ ବୋଲି ଫାୟାର ଅଫିସର ପାଲ କହିଛନ୍ତି।