ସାନିଟାଇଜ ହେଲା ଧରମବନ୍ଧା ପଞ୍ଚାୟତ

ନୂଆପଡା ଅଫିସ,୧୭ା୪- ନୂଆପଡା ସଦର ବ୍ଲକ ଧରମବନ୍ଧା ପଞ୍ଚାୟତ ସାନିଟାଇଜ ହୋଇଛି। ସରପଞ୍ଚ ଓମପ୍ରକାଶ କଲାରଙ୍କ ନେତୃତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ସମିତି ସଭ୍ୟା ଓ ସମସ୍ତ ୱାର୍ଡ ସଭ୍ୟାସଭ୍ୟମାନେ ସାମିଲ ହୋଇଥିଲେ। ସମସ୍ତ ଗଳି, ସରକାରୀ ବେସରକାରୀ କାର୍ଯ୍ୟାଳୟ ସହ ମୁଖ୍ୟ ରାସ୍ତାକୁ ସାନିଟାଇଜ କରାଯାଇଥିଲା। ପରେ ଜନ ପ୍ରତିନିଧିମାନେ ଘରକୁ ଘର ଯାଇ ଲକଡାଉନ ପାଳନ କରି କରୋନା ଲଢେଇରେ ସାମିଲ ରହିବାକୁ ଆହ୍ବାନ ଦିଆଯାଇଥିଲା।