ସାନିଟାଇଜ୍ ହେଲା ଆଳି ଥାନା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ଆଳି, ୫।୪ (ଡି.ଏନ୍.ଏ): କୋଭିଡ୍-୧୯ ଭୂତାଣୁ ସଂକ୍ରମଣ ରୋକିବାକୁ ସାରା ଦେଶରେ ଲକ୍ ଡାଉନ୍ କରାଯାଇଥିବା ବେଳେ ବିଭିନ୍ନ ଜନଗହଳି ସ୍ଥାନ, ମେଡିକାଲ ଆଦିକୁ ବିଶୋଧିତ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଳି ଦମକଳ ବାହିନୀ ପକ୍ଷରୁ ରବିବାର ଆଳି ଥାନା ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମାତୃସଦନ ଗୃହ, ଆଉଟଡୋର, ଡ୍ରେସିଂ ରୁମ, ଏକ୍ସରେ ରୁମ୍, ରୋଗୀ ରହୁଥିବା ୱାର୍ଡ, ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟାଳୟ ସହିତ ଡାକ୍ତରମାନଙ୍କ କ୍ଵାର୍ଟରକୁ ସାନିଟାଇଜ କରାଯାଇଥିବା ଆଳି ଦମକଳ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ବିଭୂତିଭୂଷଣ ନାୟକ ସୂଚନା ଦେଇଛନ୍ତି l ଆଗାମୀ ଦିନରେ ଆଳି ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, କୋର୍ଟ କାର୍ଯ୍ୟାଳୟ, ବ୍ୟାଙ୍କ ଆଦି ସ୍ଥାନକୁ ସାନିଟାଇଜ କରାଯିବ। ପାଣି ଓ ସୋଡିୟମ ହାଇପୋକ୍ଲୋରାଇଟ ଲିକୁଇଡ ସିଞ୍ଚନ କରାଯାଇ ସମସ୍ତ ସ୍ଥାନ ବିଶୋଧିତ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟରେ ଆଗ୍ନିକ ଶିବ ପ୍ରସାଦ ଭୋଳ, ବସନ୍ତ କୁମାର ବିଶ୍ୱାଳ, ପପୁନା ସ୍ୱାଇଁ, ଦୀପକ କୁମାର ନାୟକ, ଦୀପକ କୁମାର ବେହେରା ପ୍ରମୁଖ ସାମିଲ ଥିଲେ l