ସାନିଟାଇଜ୍‌ ହେଲା ବୁଗୁଡ଼ା ସହର: ମେଡିକାଲ, ବ୍ଲକ କାର୍ଯ୍ୟାଳୟ, ପରିବା ମାର୍କେଟରେ ବିଶୋଧକ ସିଞ୍ଚନ

ବୁଗୁଡା,୧୮।୪(ଡି.ଏନ୍‌.ଏ.): ଗଞ୍ଜାମ ବୁଗୁଡା ଏନ୍‌ଏସି ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଶନିବାର ବୁଗୁଡା ସହରର ବିଭିନ୍ନ ସ୍ଥାନରେ ବିଶୋଧକ ସିଞ୍ଚନ କରି ସାନିଟାଇଜ କରିଥିବା ଜଣାପଡିଛି । ଏନ୍‌ଏସି ନିର୍ବାହୀ ଅଧିକାରୀ ରଶ୍ମି ରଂଜନ ଦାସଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସହରର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବ୍ଳକ କାର୍ଯ୍ୟାଳୟ ଏବଂ ପରିବା ମାର୍କେଟର ବିଭିନ୍ନ ସ୍ଥାନରେ ବିଶୋଧକ ସିଞ୍ଚନ କରି ସାନିଟାଇଜ୍‌ କରିଛନ୍ତି। ଅପରପକ୍ଷରେ ଏନ୍‌ଏସିର ବିଭିନ୍ନ ସାହିରେ ବିଶୋଧକ ସିଞ୍ଚନ କରିବାକୁ ନିର୍ବାହୀ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ ।