ସାନିଟାଇଜ୍‌ ହେଲା ବମିଖାଲ ଅଞ୍ଚଳ

କଟକ ରୋଡ,୪।୪(ଡି.ଏନ୍‌.ଏ): ରାଜଧାନୀର ବମିଖାଲ ଅଞ୍ଚଳରୁ ଶକୁବ୍ରାର ୩ଟି କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସେଠାରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ୩୧ ଓ ୩୩ ନମ୍ବର ଓ୍ବାର୍ଡରେ ସାନିଟାଇଜ୍‌ ଆରମ୍ଭ କରାଯାଇଛି। ପୂର୍ବାହ୍ନରେ ସକାଳ ୯ଟାରେ ଅଗ୍ନିଶମ ବିଭାଗ ଓ ସହର ସ୍ବାସ୍ଥ୍ୟ ବଭାଗର ୨ଟି ଟିମ୍‌ ଓ ୪ଟି ଦମକଳ ଗାଡ଼ି ମାଧ୍ୟମରେ ରସୁଲଗଡ଼ ଅଞ୍ଚଳରୁ ଝାରପଡ଼ା ଓଭରବ୍ରିଜ୍‌ ପର୍ଯ୍ୟନ୍ତ ଏବଂ ବମିଖାଲ ଗ୍ରାମ, ଜୟଦୁର୍ଗା ନଗର ଅଞ୍ଚଳରେ ବ୍ଲିଚିଂ ଓ ହାଇଡ୍ରୋକ୍ଲୋରାଇଡ୍‌ ସଲ୍ୟୁଶନ୍‌ ମାଧ୍ୟମରେ ସାନିଟାଇଜ୍‌ କରାଯାଉଥିବା ଜଣାପଡ଼ିଛି। ଏହାଦ୍ୱାରା କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା କମ୍‌ ରହିଛି ବୋଲି ସାନିଟାଇଜ୍‌ ଇନ୍ସପେକ୍ଟର ବିଜୟ ମହାପାତ୍ର କହିଛନ୍ତି।