Categories: ଖେଳ

ସାନିଆ ମିର୍ଜାଙ୍କ ଭଉଣୀ ବିବାହରେ ଯୋଗଦେଲେନି ସୋଏବ ମଲିକ୍‌: ଜାଣନ୍ତୁ କାହିଁକି

ଟେନିସ ତାରକା ସାନିଆ ମିର୍ଜାଙ୍କ ଭଉଣୀ ଅନମ ମିର୍ଜା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଅସଦଙ୍କୁ ସେ ବିବାହ କରିଛନ୍ତି। ବିବାହ ପରେ ପରେ ଦୁହେଁ ନିଜ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ବିବାହର କିଛି ଫଟୋ ସେୟାର କରିଛନ୍ତି, ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଫଟୋରେ ସାନିଆ ଏବଂ ତାଙ୍କ ପରିବାରର ସମସ୍ତ ସଦସ୍ୟ ନଜର ଆସିଥିବାବେଳେ କୌଣସି ଫଟୋରେ ସାନିଆଙ୍କ ସ୍ବାମୀ ତଥା ପାକିସ୍ତାନ କ୍ରିକେଟର ସୋଏବ ମଲିକ୍‌ ନଜର ଆସି ନ ଥିଲେ। ସୋସିଆଲ ମିଡିଆରେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ସୋଏବ ଏବେ ବାଂଲାଦେଶ ପ୍ରିମିୟର ଲିଗ୍‌ ଖେଳୁଛନ୍ତି। ସେ ରାଜସାହି ରୟାଲ୍ସ ପକ୍ଷରୁ ମ୍ୟାଚ୍‌ ଖେଳୁଛନ୍ତି। ଏହି କାରଣରୁ ସେ ବିବାହ କାର୍ଯ୍ୟରେ ଯୋଗ ଦେଇ ନ ଥିଲେ। ଅନମଙ୍କ ଏହା ଦ୍ୱିତୀୟ ବିବାହ। ପୂର୍ବରୁ ସେ ବ୍ୟବସାୟୀ ଅକବର ରଶିଦଙ୍କୁ ବିବାହ କରିଥିଲେ। କିନ୍ତୁ ଉଭୟଙ୍କ ବିବାହ ବେଶୀ ଦିନ ତିଷ୍ଠି ପାରି ନ ଥିଲା।

Share