Categories: ଜାତୀୟ

ସାଧାରଣ ଲୋକଙ୍କ କଣ୍ଠରୋଧ କରୁଛନ୍ତି ଭାଜପା ସରକାର: ପ୍ରିୟଙ୍କା

ଲକ୍ଷ୍ନୌ,୨୮।୧୨: ଭାଜପା ସରକାର ସାଧାରଣ ଲୋକଙ୍କ କଣ୍ଠରୋଧ କରୁଛନ୍ତି ବୋଲି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଅଭିଯୋଗ କରିଛନ୍ତି। ସେ ଲକ୍ଷ୍ନୌଠାରେ ରାଲିରେ ଯୋଗଦେଇ ଏପରି କହିଛନ୍ତି। ଭାଜପା ସରକାର ସମ୍ବିଧାନ ଉପରେ ଆକ୍ରମଣ ଜାରି ରଖିଛନ୍ତି। କଂଗ୍ରେସ ଲୋକଙ୍କ ମଧ୍ୟରେ ଅହିଂସା ଚିନ୍ତାଧାରା ଜାଗ୍ରତ କରୁଥିବାବେଳେ ଭାଜପା ସରକାର ଏହାର ବିପରୀତ କାର୍ଯ୍ୟ କରୁଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି।

Share