ସାଧାରଣ ମଶାଠାରୁ ଭିନ୍ନ ଡେଙ୍ଗୁ ମଶା, କାମୁଡ଼ିବାର ୫ ଦିନ ପରେ ପଡ଼ିଥାଏ ଜଣା

ବର୍ଷାଋତୁରେ ଡେଙ୍ଗୁରୋଗର ଭୟ ବଢ଼ି ଯାଇଥାଏ। ଡେଙ୍ଗୁଜ୍ୱର ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ଏହି ସମୟରେ ମଶାବଂଶ ବୃଦ୍ଧି ଘଟିଥାଏ। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ସବୁଠୁ ଅଧିକ ସତର୍କତା ଅବଲମ୍ବନ ଜରୁରୀ। କହିରଖୁଛୁ, ଡେଙ୍ଗୁ ମଶା ସାଧାରଣ ମଶାଠାରୁ ଟିକେ ଭିନ୍ନ। ଡେଙ୍ଗୁମଶା କାମୁଡ଼ିବାର ୪/୫ଦିନ ପରେ ଜ୍ୱରର ଲକ୍ଷଣ ଦେଖାଦିଏ। ବିଶ୍ୱରେ ପ୍ରାୟ ୩ ହଜାର ୫୦୦ ପ୍ରକାର ମଶା ରହିଛି। ଏଥିରୁ ମାତ୍ର ୬ ପ୍ରତିଶତ ମଶା ରକ୍ତ ଶୋଷିଥାନ୍ତି।


ଡେଙ୍ଗୁ ମଶା ସମ୍ପର୍କରେ ଜାଣନ୍ତୁ…
ମାଈ ଏଡିଜ ମଶା କାମୁଡ଼ିଲେ ଡେଙ୍ଗୁଜ୍ୱର ହୋଇଥାଏ। ଏହି ମଶା କେବଳ ଆଲୋକରେ କାମୁଡ଼ିଥାଏ। ଏକ ରିପୋର୍ଟ ଅନୁସାରେ ଡେଙ୍ଗୁ ମଶା କେବଳ ସକାଳ ସମୟରେ କାମୁଡ଼ିଥାଏ। ନଚେତ୍‌ ରାତିରେ ଅଧିକ ଆଲୋକରେ କାମୁଡ଼ିଥାଏ। ତେଣୁ ଏହି ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଏଡିଜ ମଶା ବହୁ ଉଚ୍ଚ ପର୍ଯ୍ୟନ୍ତ ଉଡ଼ିପାରେ ନାହିଁ। ତେଣୁ ମଣିଷକୁ ସହଜରେ କାମୁଡ଼ିଥାଏ। ଏଥିପାଇଁ ଶରୀରକୁ ଘୋଡ଼ାଇ ରଖିବା ଆବଶ୍ୟକ। ସକାଳ ସମୟରେ ପାଦକୁ ଘୋଡ଼ାଇ ରଖନ୍ତୁ। ଡେଙ୍ଗୁ ମଶା ଆବର୍ଜନା ପାଣିରେ ରୁହନ୍ତି ନାହିଁ। ସଫାସୁତରା ସ୍ଥାନରେ ରହିଥାନ୍ତି। ତେଣୁ ସହରରେ ରହୁଥିବା ଲୋକଙ୍କୁ ଡେଙ୍ଗୁ ମଶାର ଭୟ ବେଶୀ ରହିଥାଏ।