ସାଧାରଣତନ୍ତ୍ର ଦିବସ ପାଇଁ ଫୁଲ୍‌ ଡ୍ରେସ୍‌ ରିହର୍ସାଲ

ନୂଆଦିଲ୍ଲୀ,୨୩।୧:ରାଜଧାନୀ ଦିଲ୍ଲୀର ରାଜପଥରେ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଗୁରୁବାର ଏଠାରେ ଫୁଲ୍‌ ଡ୍ରେସ୍‌ ରିହର୍ସାଲ କରାଯାଇଛି। ଏଥିପାଇଁ ଦିଲ୍ଲୀର କେତେଗୁଡିଏ ରାସ୍ତାକୁ ଯାତାୟତ ପାଇଁ ବନ୍ଦ କରି ଦିଆଯାଇଛି। ଟ୍ରାଫିକ ପୋଲିସ ପକ୍ଷରୁ ଯେଉଁସବୁ ରାସ୍ତା ବନ୍ଦ କରାଯିବ ତା’ର ଏକ ତାଲିକା ପୂର୍ବରୁ ଜାରି କରି ଦେଇଥିବା ସୂଚନା ମିଳିଛି। ଏହି ରିହର୍ସାଲକୁ ନଜରରେ ରଖି ଦିଲ୍ଲୀ ସୀମାରେ ସୁରକ୍ଷାକୁ କଡାକଡି କରାଯାଇଛି। ଏହାସହ ଦିଲ୍ଲୀର ସ୍ଥାନେ ସ୍ଥାନେ ପୋଲିସ ମଧ୍ୟ ମୂତୟନ କରାଯାଇଛି। ସୂଚନାଯୋଗ୍ୟ, ସାଧାରଣତନ୍ତ୍ର ଦିବସକୁ ଟାର୍ଗେଟ କରି ଆତଙ୍କବାଦୀ ଆକ୍ରମଣ ଯୋଜନା କରାଯାଉଥିବା ଆଗରୁ ଖବର ମିଳିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢାଇ ଦିଆଯାଇଛି।

Share