ସାଧବ ବୋହୂ ସହ ସେଲ୍‌ଫି

କାକଟପୁର, ୯।୭(ଡି.ଏନ୍‌.ଏ.): ବର୍ଷା ଦିନ ଆରମ୍ଭ ହେଲେ ସବୁଜ ଘାସ ଗାଲିଚା ଉପରେ ସାଧବ ବୋହୁ ଦେଖାଯିବା ସ୍ବାଭାବିକ କଥା। ମାତ୍ର ପରିବେଶ ପରିବର୍ତ୍ତନ ଯୋଗୁ ଏହା କ୍ୱଚିତ ଦେଖିବାକୁ ମିଳୁଛି। ତେବେ କାକଟପୁର ମଙ୍ଗଳା କଲେଜ ପରିସରରେ ଥିବା ଘାସ ଗାଲିଚାରେ ମଙ୍ଗଳବାର ଲାଲ ଟୁକ୍‌ଟୁକ୍‌ ସାଧବ ବୋହୂ ଦେଖିବାକୁ ମିଳିଛି। ଛାତ୍ରୀଛାତ୍ରମାନେ ସେମାନଙ୍କ ସହ ସେଲ୍‌ଫି ନେବା ସହ ଫଟୋ ମଧ୍ୟ ଉଠାଇଛନ୍ତି।