ସାତ୍‌ସପନ ହେଇଛେ ପକାଘର:ଭଂଗା କୁରିଆରେ ବିତୁଛେ ୪ ପରାନୀର ଜୀବନ୍‌

ପୁରୁଣାକଟକ, ୯ା୮(ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଲଘୁଚାପ ବରଷା ଲାଗିରହିଛେ। ବରଷାରେ ପୁରୁଣାକଟକ ଗଁାର ତଳସାହିର ବିଶ୍ୱନାଥ ବେହେରାକଁର ଘରର କଁାଥି ଭାଂଗିଯାଇଛେ। ହେଲେ ସଉଭାଏଗ୍‌କେ କୁଟୁମବସିଆ ଗୁଟେ ବଡ଼ ବିପତିରୁ ବରତି ଯାଇଛନ୍‌।
ସୂଚନା ଅନ୍‌ସାରେ ବୁଧୁବାର ରାତି ବିଶ୍ୱନାଥକଁର ପରିବାର ଖାଇପିଇ ଶୁଇଥିଲେ। ହଠାତ୍‌ ରାତି ପାଖାପାଖି ୧୨ ବଜେ ଘରର କଁାଥି ମାଡ଼ି ବସଲା। ହେଲେ ସଉଭାଏଗ୍‌କେ କଁାଥିଟା ଭିତିରକେ ନାଇଁ ପଡ଼ିକରି ବାହାର ଫାଲକେ ପଡ଼ିଥିଲା। ଯେନ୍‌ଥିରଲାଗି କୁଟୁମବସିଆ ଗୁଟେ ବଡ଼ ବିପଦ୍‌ରୁ ବରତି ଯାଇଛନ୍‌। ଇଆଡ଼େ ବିଶ୍ୱନାଥ ନିହାତି ଗରିବ, ଜମିବାଡ଼ି ବଲି କିଛି ନାଇଁ। ଫିଦିନ କୁଲି ମଜୁରି କରି ନିଜର କୁଟୁମ ପୁଷୁଛନ୍‌। ଆବାସ ଯୋଜନାରେ ପକାଘର ଖଁଡ଼େ ପାଏବାର ଲାଗି ସେ ଗଲା ୬ ବଛର ହେଲା ଥାନୀୟ ସରପଁଚ୍‌ନୁ ମୂଲ କରି ବିଡିଓ, ଜିଲାପାଲ ତକ୍‌ ଲିଖିତ ଅଭିଯୋଗ କରିଛନ୍‌। ହେଲେ ସବୁବେଲେ ତାଲିକାରେ ତମର ନଁା ନଁାଇଁନ ବଲି ନିରାଶ କରାଯାଉଥିବାର ସେ ଅଭିଯୋଗ କରିଛନ୍‌। ଇଆଡ଼େ ସରକାର କେହି ଝୁପଡି, ଚାଲଘରେ ନାଇଁ ରହନ, ସମକୁ ପକାଘର ଯୁଗେଇ ଦିଆଯିବା ବଲି ନାରାବାଜି କରୁଛନ୍‌। ସତେଯେନ୍‌ତା ଇ ନାରାବାଜି ବିଶ୍ୱନାଥ ଲେଖେଁ ଗରିବ୍‌ଦୁଖିକର ମଜାକ୍‌ ଉଡ଼ଉଛେ। ଇ ବାବ୍‌ଦେ ପୁରୁଣାକଟକ ପଁଚେତ୍‌ ନିର୍ବାହୀ ଅଧ୍‌କାରୀ ବିରଞ୍ଚତ୍ କାଲସାଏକୁଁ ପଚରାଲାରୁ ବିଶ୍ୱନାଥ ଆବାସ ଯୋଜନାରେ ପକାଘର ପାଏବାର ଲାଗି ଆବେଦନ କରିଥିଲେ। ହେଲେ ତାକର ନଁା ତାଲିକାରେ ନଁାଇଁନ, ସେଥିରଲାଗି ସେ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌ ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ବୌଦ୍ଧ ଉପଜିଲାପାଲକୁଁ ପଚରାଲାରୁ ଯଦି ତାକର ନଁା ଅବାସ ଯୋଜନା ତାଲିକାରେ ନଁାଇଁନ, ସେ ଆଉର ଥରେ ଅରଜି ଦେଲେ ତାହାକୁ ଯୋଜନାରେ ପକାଘର ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ। ହେଲେ ଯେତେ ଜଲଦି ହେବା ଇ ନିହାତି ଗରିବ୍‌ ପରିବାରକେ ପକାଘର ଖଁଡ଼େ ଯୁଗେଇ ଦେବାକେ ସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri