ସାତ୍‌ସପନ ହେଇଛେ ଆବାସ ଘର: ଦଦ୍‌ରା ଘରେ ମୁଡ଼ ଗୁଁଜିଛନ୍‌ ଗରିବ୍‌ ପରିବାର

ଲାଠୋର, ୨୫।୧ (ଡି.ଏନ୍‌.ଏ.)-
କେନ୍ଦ୍ର ଆର ରାଏଜ୍‌ ସରକାର ଉଭଏ ଗରିବ୍‌ ଦୁଖି, ବାସହୀନ ପରିବାରମାନକୁ ଆବାସ ଯୋଜନାରେ ପକାଘର ଯୁଗେଇ ଦେଉଛନ୍‌। ହେଲେ ସର୍ଭେରେ ଭୁଲଭଟକା, ପରଶାସନିକ ଅଧ୍‌କାରୀକଁର ଉଦାସିନ୍‌ତା ଲାଗି ଅନେକ୍‌ ଜାଗାରେ ହକ୍‌ଦାର ହିତାଧିକାରୀ ଯୋଜନାରୁ ବାଦ୍‌ ପଡ଼ୁଛନ୍‌। ଏନ୍‌ତାଥି ହକ୍‌ଦାର ହିତାଧିକାରୀ ଇ ଅଫିସରୁ ସେ ଅଫିସ ଦଉଡ଼ି ଦଉଡ଼ି ନିହାଲ ହେଇଯାଉଥିଲେ ବି କେହି ତାକର କଥା ନାଇଁ ଶୁନୁଥିବାର ଅଭିଯୋଗ ହେଉଛେ।
ସୂଚନା ଅନ୍‌ସାରେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଅଁାଝର ପଁଚେତ୍‌ ସାନଗୁର୍ଜିଭଟା ଗଁାର କୁମର କୁମ୍ଭାର। ପରିବାର କହେଲେ ମାଏକିନା ଶାନ୍ତି ଆର ଦୁଇ ପୁଓ ମଦନ, ପପୁକେ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ୍‌, ଜମିବାଡ଼ି ବଲି କିଛି ନାଇଁ। କୁମର କୁଲିମଜୁରି କରି ଯେନ୍‌ ଦୁଇ ପଏସା ରୁଜ୍‌ଗାର କରୁଛନ୍‌ ସେଥ୍‌ରେ ପରିବାର ଚଲ୍‌ବାର ସଂଗେ ଛୁଆପିଲାକର ପାଠ୍‌ପଢ଼ା ଖରଚ୍‌ ତୁଲଉଛନ୍‌। ଘରେ ଅଭାବ ଅନାଟନ ସବୁବେଲେ ଲାଗି ରହିଛେ। ଏନ୍‌ତାଥି ସେ ଭଲ ଘରଖଁଡ଼େ ତିଆରି କରବାର ସପନ୍‌ ବି ଦେଖି ନାଇଁପାରବାର। ଯେନ୍‌ ମାଏଟ୍‌ ଖପର ଘରଖଁଡ଼େରେ ପରିବାରଟା ମୁଡ଼ ଗୁଁଜିଛନ୍‌ ସେଟା ବି ଅନେକ ସମିଆରେ ମରାମତି କରି ନାଇଁପାରବାର। ଏନ୍‌ତାଥି ସେ ସରକାରୀ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ଅନେକ ଥର ଅନେକ ସରକାରୀ ବାବୁକୁଁ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ପଁଚେତ୍‌ରୁ ଫିମାସ ମିଲୁଥିବାର ୨୦ କେ.ଜି. ଚାଉଲକେ ଛାଡ଼ିଦେଲେ ପରିବାରଟା ବାକି କେହେନ୍‌ସି ସରକାରୀ ଯୋଜନାର ଲାଭ ନାଇଁ ପାଏବାର। ଏନ୍‌ତାଥି କୁମର ବଛରକ ଛ’ମାସ ବାହାର ରାଏଜ୍‌କେ ଦାଦନ ଖଟି ଯାଉଥିଲାବେଲେ ବାକି ସମିଆ ପତର ବଁଧା କାମ୍‌ ଲାଗି ବାହାରକେ ଯାଉଛନ୍‌। ଚଲତି ବଛର ବି କୁମର ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଆଶ୍‌ରେ ଅନ୍‌ଲାଇନ ଆବେଦନ କରିଛନ୍‌। ଦୁଇ ପୁଓକେ ନିଜର ଝନେ ଲାଗେଲେସର ଘରେ ପାଠ୍‌ପଢ଼ବାର ଲାଗି ଛାଡ଼ି ଦେଇ ଦୁଇ ମାଏଝି ମୁନୁଷ ବାହାରକେ ପତର ବଁାଧି ଯାଇଛନ୍‌। ଏନ୍‌ତା ଥିତିରେ ଥିବାର ପରିବାରକେ ଜିଲା ଆର ବ୍ଲକ ପରଶାସନ ଦୁରୁଷ୍‌ଟି ଦେଇ ସରକାରୀ ଯୋଜନାରେ ପକାଘର ଖଁଡ଼େ ଯୁଗେଇ ଦେବାକେ ଦାବି ହେଉଛେ।