Posted inପୁରୀ

ସାତଶଙ୍ଖ ଶୀତଳଭଣ୍ଡାରରେ ୧ ହଜାର କୁଇଣ୍ଟାଲ ଆଳୁ ଗଜା

ପୁରୀ ଅଫିସ, ୨।୮ : ରାଜ୍ୟବାସୀ ଯେମିତି କମ୍‌ ଦାମରେ ବର୍ଷସାରା ଆଳୁ ପାଇପାରିବେ ସେଥିପାଇଁ ସରକାର ଆଳୁ ମିଶନ ଆରମ୍ଭ କରିଥିଲେ। ହେଲେ ଏହି ମିଶନ ଏବେ ଦିଗହରା ହୋଇଥିବା ବେଳେ ସରକାରୀ ପ୍ରୋତ୍ସାହନ ଅଭାବ ଏବଂ ସଂରକ୍ଷଣ ସୁବିଧା ନ ଥିବାରୁ ଚାଷୀମାନେ ଆଳୁ ଚାଷ କରିବାକୁ ବିଶେଷ ଆଗ୍ରହ ପ୍ରକାଶ କରୁନାହାନ୍ତି। ପୁଣି ଶୀତଳଭଣ୍ଡାର ଅଭାବରୁ ଚାଷୀମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏପରି କି କେତେକ ଚାଷୀ ଶୀତଳଭଣ୍ଡାରରେ ରଖିଲେ ବି ସେମାନଙ୍କ ଆଳୁ ସୁରକ୍ଷିତ ରହିବ ତାହାର କୌଣସି ଗ୍ୟାରେଣ୍ଟି ନାହିଁ। ଶୀତଳଭଣ୍ଡାରରେ ରଖିଥିବା ଆଳୁ ଚାଖଣ୍ଡେରୁ ଊର୍ଦ୍ଧ୍ୱ ଲେଖାଏ ଗଜା ବାହାରିବା ଘଟଣା ଏବେ ପୁରୀ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଶୀତଳଭଣ୍ଡାରକୁ ଭରସା କରିଥିବା ଚାଷୀମାନେ ଗଜାଆଳୁ ବସ୍ତାକୁ ଗାଡ଼ି ପଛରେ ବାନ୍ଧି ମନଦୁଃଖରେ ଘରକୁ ଫେରୁଛନ୍ତି ସିନା କହାକୁ କିଛି କହିପାରୁ ନାହାନ୍ତି। ଏହାକୁ ନେଇ ଭାଜପା କୃଷକ ମୋର୍ଚ୍ଚା ଗଭୀର ଉଦ୍‌ବେଗ ପ୍ରକାଶ କରିଛି।
ପୁରୀ ଏକ କୃଷି ବହୁଳ ଜିଲା। ଏଠାରେ ମୁଖ୍ୟତଃ ଅଧିକାଂଶ ଚାଷୀ ଧାନ ଫସଲ ଉପରେ ନିର୍ଭରଶୀଳ। ତଥାପି ବହୁ ଚାଷୀ ଆଳୁ ଏବଂ ଅନ୍ୟାନ୍ୟ ପନିପରିବା ଚାଷ ମଧ୍ୟ କରିଥାନ୍ତି। ହେଲେ ୧୧ଟି ବ୍ଲକକୁ ନେଇ ଗଠିତ ଏହି ଜିଲାରେ ମାତ୍ର ଗୋଟିଏ ଶୀତଳଭଣ୍ଡାର ସାତଶଙ୍ଖଠାରେ ଅଛି, ତାହା ପୁଣି ଦୟନୀୟ ସ୍ଥିତିରେ। ତଥାପି ଏହା ଉପରେ ଭରସା କରି ଆଖପାଖ ଅଞ୍ଚଳ ଯଥା ପିପିଲି, ସତ୍ୟବାଦୀ, କଣାସ, ଡେଲାଙ୍ଗ ଓ ନିମାପଡ଼ା ବ୍ଲକର ଆଳୁ ଚାଷୀମାନେ ଆଳୁ ଆଣି ରଖିଥାନ୍ତି। ଜମିରେ ପରିଶ୍ରମ କରି ସେମାନଙ୍କ କଷ୍ଟ ଉପାର୍ଜିତ ଆଳୁ ଶୀତଳଭଣ୍ଡାରରେ ସୁରକ୍ଷିତ ରହିବ ବୋଲି ଚାଷୀମାନେ ଭରସା କରିଥିଲେ। ହେଲେ ସରକାରଙ୍କ ଖାମଖିଆଲ ମନୋଭାବ ଯୋଗୁ ଆଳୁଗୁଡ଼ିକ ସବୁ ଗଜା ହୋଇଯାଇଛି। ସାତଶଙ୍ଖ ଶୀତଳଭଣ୍ଡାରରେ ପ୍ରାୟ ୧ ହଜାର କୁଇଣ୍ଟାଲ ଆଳୁ ଗଜା ହୋଇଯାଇଥିବା ଭାଜପା କୃଷକ ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ କହିଛନ୍ତି। ଚାଷୀମାନଙ୍କ ପ୍ରତି ସରକାରଙ୍କ କେତେ ଦରଦ ତାହା ସ୍ପଷ୍ଟ କରୁଛି ବୋଲି ସେ କହିଛନ୍ତି। ପିପିଲି ଥାନା ଅନ୍ତର୍ଗତ ବରହମ୍‌ପୁର ଗ୍ରାମର ବିଭୂତିଭୂଷଣ ପରିଡ଼ା କହିଛନ୍ତି, ଆମର ପ୍ରାୟ ୪୦ ପ୍ୟାକେଟ ଆଳୁ ରଖାଯାଇଥିଲା। ସବୁ ପ୍ୟାକେଟରେ ଆଳୁ ଗଜା ହୋଇଯାଇଛି। ବିକ୍ରି କଲେ କେହି ନେବେ ନାହିଁ। ତେଣୁ ବାଧ୍ୟ ହୋଇ ଆମେ ଖାଇବୁ ଏବଂ ଆଉ ଯାହା ନଷ୍ଟ ହେବ। କେବଳ ଆମର ନୁହେଁ, ସବୁ ଚାଷୀଙ୍କ ଆଳୁ ଗଜା ହୋଇଯାଇଛି ବୋଲି ସେ କହିଛନ୍ତି।
ଏ ନେଇ ଗୁରୁବାର ପୁରୀ ଜିଲା ଭାଜପା ପକ୍ଷରୁ ଜିଲା କାର୍ଯ୍ୟାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିଥିଲେ। ସାତଶଙ୍ଖଠାରେ ଥିବା ଜିଲାର ଏକମାତ୍ର ଶୀତଳଭଣ୍ଡାରରେ ସରକାରଙ୍କ ରକ୍ଷଣା ବେକ୍ଷଣ ଏବଂ ଅପରିଣାମଦର୍ଶିତା ଯୋଗୁ ଚାଷୀଙ୍କ ୧ ହଜାର କୁଇଣ୍ଟାଲ ଆଳୁ ଗଜା ହେବା ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱାଳ ଯୋଗଦେଇ ରାଜ୍ୟ ସରକାରଙ୍କ ଆଳୁ ମିଶନ ଏବଂ କୃଷି କମିଶନ ପ୍ରହସନରେ ପରଣତ ହୋଇଛି ବୋଲି କହିଥିଲେ। ଜିଲା ଭାଜପା ସଭାପତି ପ୍ରଭଞ୍ଜନ ମହାପାତ୍ର ପୁରୀ ଜିଲାରେ କୃଷକ ମୋର୍ଚ୍ଚାର ୨୦ ହଜାର ଚାଷୀଙ୍କୁ ନୂତନ ସଦସ୍ୟତା ପ୍ରଦାନ କରିବା ପାଇଁ ଆହ୍ବାନ ଦେଇଥିଲେ। ରାଜ୍ୟ କୃଷକ ମୋର୍ଚ୍ଚା ତରଫରୁ ଦିଲୀପ ସ୍ବାଇଁ ଏବଂ କୃଷକ ମୋର୍ଚ୍ଚା ଜିଲା ପ୍ରଭାରୀ ଭାବେ ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜ ଅଭିଯାନ କିପରି କ୍ରିୟାଶୀଳ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଅକ୍ଷୟ କୁମାର ମହାନ୍ତି ଓ ମୋର୍ଚ୍ଚା ନଗର ସଭାପତି ଅନୀଲ କୁମାର ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ୟାମସୁନ୍ଦର ସାହୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri