Posted inଜାତୀୟ

ଉନ୍ନାଓ ମାମଲାର ଭିନ୍ନ ମୋଡ଼: ୟୁପି ନୁହେଁ, ଦିଲ୍ଲୀରେ ହେବ ଶୁଣାଣି

ନୂଆଦିଲ୍ଲୀ, ୨।୮(ପି.ଟି./ଆଇଏଏନ୍‌ଏସ୍‌):ଉତ୍ତରପ୍ରଦେଶ (ୟୁପି)ର ବହୁଚର୍ଚ୍ଚିତ ଉନ୍ନାଓ ମାମଲାରେ ଗୁରୁବାର ନୂଆମୋଡ଼ ଆସିଛି। ସୁପ୍ରିମକୋର୍ଟ ଉନ୍ନାଓ ବଳାତ୍କାର ପୀଡ଼ିତାଙ୍କ ସମ୍ପର୍କିତ ସମସ୍ତ ୫ ମାମଲା ୟୁପିର ଏକ କୋର୍ଟରୁ ଦିଲ୍ଲୀକୁ ସ୍ଥାନାନ୍ତର କରିଛନ୍ତି। ଉକ୍ତ ମାମଲାଗୁଡ଼ିକର ଦୈନନ୍ଦିନ ଶୁଣାଣି ପାଇଁ ଜଣେ ସ୍ବତନ୍ତ୍ର ବିଚାରପତିଙ୍କୁ ଦାୟିତ୍ୱ ଦେଇଛନ୍ତି। ସମ୍ପୃକ୍ତ ବିଚାରପତି ୪୫ ଦିନ ମଧ୍ୟରେ ବିଚାର ଶେଷ କରିବେ। ଏହାସହ ବଳାତ୍କାର ପୀଡ଼ିତାଙ୍କୁ ୨୫ ଲକ୍ଷ ଟଙ୍କା ଅନ୍ତରୀଣ କ୍ଷତିପୂରଣ ଦେବା ପାଇଁ ୟୁପି ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସଡ଼କ ଦୁର୍ଘଟଣା ମାମଲାର ତଦନ୍ତ ୭ ଦିନ ମଧ୍ୟରେ ଶେଷ କରିବା ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ମଧ୍ୟ ଶୀର୍ଷ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଉନ୍ନାଓ ପୀଡ଼ିତା, ତାଙ୍କ ଓକିଲ ମହେନ୍ଦ୍ର ସିଂ ଓ ଦୁଇଜଣ ସମ୍ପର୍କୀୟ ଗତ ରବିବାର ଏକ କାର୍‌ରେ ରାଏବରେଲି ଯାଉଥିବାବେଳେ ଏକ ବାଲି ବୋଝେଇ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଥିଲା। ଏଥିରେ ଦୁଇ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିବାବେଳେ ପୀଡ଼ିତା ଓ ଓକିଲ ଗୁରୁତର ହୋଇ ଲକ୍ଷ୍ନୌସ୍ଥିତ ଏକ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ପୂର୍ବରୁ ପୀଡ଼ିତା ଓ ତାଙ୍କ ପରିବାର ବର୍ଗ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କ ନିକଟକୁ ଏକ ପତ୍ର ଲେଖି ବଳାତ୍କାର ଅଭିଯୁକ୍ତ ଭାଜପା ବିଧାୟକ କୁଲଦୀପ ସିଂ ସେନ୍‌ଗରଙ୍କ ସମର୍ଥକଙ୍କ ପଟୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଥିଲେ। ହେଲେ ଉକ୍ତ ଚିଠି ସିଜେଆଇଙ୍କ ନିକଟରେ ପହଞ୍ଚତ୍ ନ ଥିଲା। ସିଜେଆଇ ଗୋଗୋଇ ଏହି ବିଷୟ ଗଣମାଧ୍ୟମରୁ ଜାଣିବା ପରେ ଚିଠି ପହଞ୍ଚତ୍ବାରେ ବିଳମ୍ବ ହେବାର କାରଣ ନେଇ ସୁପ୍ରିମକୋର୍ଟ ସେକ୍ରେଟାରି ଜେନେରାଲଙ୍କଠାରୁ ରିପୋର୍ଟ ମାଗିଥିଲେ। ସିଜେଆଇ ଗୋଗୋଇଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ଉନ୍ନାଓ ମାମଲାର ତ୍ୱରିତ ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଉକ୍ତ ରାୟକୁ ବାତିଲ କରିବା କିମ୍ବା ଏଥିରେ ପରିବର୍ତ୍ତନ ପାଇଁ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି।
ଅଭିଯୁକ୍ତ ସେନ୍‌ଗରଙ୍କ ଅନୁପସ୍ଥିତିରେ ରାୟ ଶୁଣାଇ ଖଣ୍ଡପୀଠ କହିଛନ୍ତି, ମୂଳ (ବଳାତ୍କାର) ମାମଲାର ଶୁଣାଣି ଆରମ୍ଭ ହେବାର ୪୫ ଦିନ ମଧ୍ୟରେ ଶେଷ କରାଯିବ। କେଉଁ ବିଚାରପତି ଏହି ମାମଲାର ଶୁଣାଣି କରିବେ ତାହା ଚାମ୍ବରରେ ବିଚାରବିମର୍ଶ ପରେ ସ୍ଥିର କରାଯିବ। ପୀଡ଼ିତା, ତାଙ୍କ ମା’ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କୁ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌) ସୁରକ୍ଷା ଯୋଗାଇଦେବ। ଜଣେ କମାଣ୍ଡାଣ୍ଟ ସ୍ତରୀୟ ଅଧିକାରୀ ସେମାନଙ୍କ ନିରାପତ୍ତା ସମ୍ପର୍କିତ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିବେ। ସେହିପରି ପୀଡ଼ିତା ଓ ତାଙ୍କ ଓକିଲ ଚିକିତ୍ସାଧୀନ ଥିବା ଲକ୍ଷ୍ନୌସ୍ଥିତ କିଙ୍ଗ୍‌ ଜର୍ଜ ମେଡିକାଲ୍‌ କଲେଜ ହସ୍ପିଟାଲର ଡାକ୍ତରମାନେ ସିବିଆଇକୁ ଦେଇଥିବା ରିପୋର୍ଟକୁ ଅନୁଧ୍ୟାନ କରି ଆବଶ୍ୟକ ହେଲେ ଉଭୟଙ୍କୁ ବିମାନରେ ନୂଆଦିଲ୍ଲୀସ୍ଥିତ ଏମ୍ସକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପୀଡ଼ିତାଙ୍କ ପରିବାର ଲୋକେ ଏପରି ଚାହୁଁଥିଲେ ଯାଇ ଦିଲ୍ଲୀକୁ ସେମାନଙ୍କୁ ନିଆଯିବ ବୋଲି ଖଣ୍ଡପୀଠ କହିଛନ୍ତି। ଶୀର୍ଷ ଅଦାଲତ ଶୁକ୍ରବାର ପୁନର୍ବାର ଏହି ମାମଲାର ଶୁଣାଣି କରିବେ। ରାଏବରେଲି ଜେଲ୍‌ରେ ପୀଡ଼ିତାଙ୍କ ଦାଦା ମହେଶ ସିଂଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ଦିଲ୍ଲୀର ତିହାର ଜେଲକୁ ସ୍ଥାନାନ୍ତର କରାଯିବ କି ନାହିଁ ସେନେଇ ଖଣ୍ଡପୀଠ ନିଷ୍ପତ୍ତି ଶୁଣାଇବେ। ଦୁର୍ଘଟଣାର ଦୁଇ ମୃତକଙ୍କ ମଧ୍ୟରୁ ମହେଶଙ୍କ ସ୍ତ୍ରୀ ଅନ୍ୟତମ। ଆଲ୍ଲାହାବାଦ ହାଇକୋର୍ଟ ମହେଶଙ୍କୁ ବୁଧବାର ପାରୋଲ ଦେବା ପରେ ସେ ସ୍ତ୍ରୀଙ୍କ ଶେଷକୃତ୍ୟ କରାଇଥିଲେ। ଏହାକୁ ତାଙ୍କ ପରିବାର ଲୋକେ ଦୁର୍ଘଟଣା ନୁହେଁ, ବରଂ ଏକ ସୁନିୟୋଜିତ ହତ୍ୟା ବୋଲି ଅଭିଯୋଗ ଆଣି ଧାରଣାରେ ବସିଥିଲେ। ଚାରିଆଡ଼ୁ ଚାପ ପଡ଼ିବା ପରେ ଦୁଇଦିନ ତଳେ ଯୋଗୀ ଆଦିତ୍ୟନାଥ ସରକାର ଏହି ମାମଲାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ। ସିବିଆଇ ଏନେଇ ବିଧାୟକ ସେନ୍‌ଗରଙ୍କ ସମେତ ୧୦ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି। ୨୦୧୭ରେ ପୀଡ଼ିତା ନାବାଳିକା ଥିବାବେଳେ ସେନ୍‌ଗର ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ୧୪ ମାସ ହେଲା ଜେଲ୍‌ରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନରେ ଛୋଟ ପିଲାଙ୍କୁ ଅଭିଭାବକଙ୍କ ପାଖରେ ବସାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୪ା୪:ବିମାନରେ ୧୩ ବର୍ଷରୁ କମ୍‌ ବୟସର ପିଲାମାନେ ଯେପରି ସେମାନଙ୍କ ମାଆବାପା କିମ୍ବା ଅଭିଭାବକଙ୍କ ପାଖ ସିଟ୍‌ରେ ବସନ୍ତି, ତାହା ସୁନିଶ୍ଚିତ କରିବାକୁ ବେସାମରିକ ବିମାନ...

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଆଜି ସରିବ ପ୍ରଚାର, ୮୮ ଆସନରେ ହେବ ମତଦାନ

ନୂଆଦିଲ୍ଲୀ,୨୪।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଗଣନା ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନୀ ପ୍ରଚାର ଆଜି...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ନୁଡୁଲ୍ସ ପ୍ୟାକେଟ୍‌ରୁ ୨ କୋଟିର ହୀରା ଜବତ

ମୁମ୍ବାଇ,୨୪ା୪:ସୀମାଶୁଳ୍କ ବିଭାଗ ଅଧିକାରୀମାନେ ମୁମ୍ବାଇ ବିମାନବନ୍ଦରରୁ ୬.୪୬ କୋଟି ଟଙ୍କାର ସୁନା ଓ ହୀରା ଜବତ କରିଛନ୍ତି। ଜଣେ ଯାତ୍ରୀ ନୁଡୁଲ୍ସ ପ୍ୟାକେଟରେ ହୀରାକୁ ଲୁଚାଇଥିବାବେଳେ...

ପବନକୁ ସମ୍ଭାଳି ପାରିଲାନି ବ୍ରିଜ୍‌

ହାଇଦ୍ରାବାଦ୍‌,୨୪ା୪:ତେଲଙ୍ଗାନାର ପେଦ୍ଦାପଲ୍ଲୀରେ ସୋମବାର ରାତି ୯ଟା ୪୫ରେ ଏକ ନିର୍ମାଣାଧୀନ ବ୍ରିଜ୍‌ ପବନକୁ ସମ୍ଭାଳି ନ ପାରି ଭୁଶୁଡ଼ିପଡ଼ିଛି। ଉକ୍ତ ବ୍ରିଜ୍‌ର ଏକ ଅଂଶ ଭାଙ୍ଗିଯାଇଛି।...

ମତଦାନ କମିବା ଆଶଙ୍କା

ନୂଆଦିଲ୍ଲୀ,୨୪ା୪: ଲୋକ ସଭା ନିର୍ବାଚନରେ ବିଜୟୀ ହୋଇ ଭାଜପା ତୃତୀୟ ଥର ସରକାର ଗଢ଼ିବାକୁ ଲକ୍ଷ୍ୟ ରଖିଥିବାବେଳେ ଏହାକୁ ଅଟକାଇବା ପାଇଁ ଇଣ୍ଡିଆ ମେଣ୍ଟ ଜୋର୍‌ଦାର...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

କଂଗ୍ରେସ ଶାସନ ସମୟରେ କାହିଁକି ପାକିସ୍ତାନ ଆକ୍ରମଣର ଜବାବ ଦିଆଯାଇ ନ ଥିଲା, କାରଣ କହିଲେ ଶାହା

ନୂଆଦିଲ୍ଲୀ,୨୩।୪: ଲୋକ ସଭା ନିର୍ବାଚନ -୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ମହାରାଷ୍ଟ୍ରର ଆକୋଲା ଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri