ସାତଫେରା ପରେ କ୍ୱାରାଣ୍ଟାଇନ୍‌ରେ କନ୍ୟା-ବର-ବରଯାତ୍ରୀ

ଭୋପାଳ, ୧୬।୬: ମଧ୍ୟପ୍ରଦେଶରେ ସାତଫେରା ପରେ କନ୍ୟା, ବର ଏବଂ ୮୫ ବରଯାତ୍ରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ସ୍ଥାନୀୟ ଛତ୍ରପୁର ଅଞ୍ଚଳରେ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁଗ୍ରାମ୍‌ରୁ ବରଯାତ୍ରୀ ଘୁବରା ସହରକୁ ଆସିଥିଲେ। ତେବେ ବିବାହରେ ଯୋଗଦେଇଥିବା ଜଣେ ଅତିଥିଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିବାରୁ ସୁରକ୍ଷା ଦୃଷ୍ଟିରୁ ସମସ୍ତଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିଛି। ଅତିଥି ଜଣଙ୍କ କନ୍ୟା ଲକ୍ଷ୍ମୀ ଅହିରଓ୍ବାର ଏବଂ ବର ଅଭଦେଶ ଅହିରଓ୍ବାରକଙ୍କ ବିବାହରେ ମିଠା ପ୍ରସ୍ତୁତ କରୁଥିବା କୁହାଯାଉଛି। ସାତଫେରା ଛାଲିଥିବାବେଳେ ସମ୍ପୃକ୍ତ ବ୍ୟକ୍ତି କରୋନା ପଜିଟିଭ୍‌ ରିପୋର୍ଟ ଆସିଥିଲା। ତେବେ ବିବାହ ଶେଷ ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

Share