ସାତକୋଶିଆରେ ପହଞ୍ଚିଲେ ଇଣ୍ଡିଆନ ସ୍କିମର

ଗଣିଆ,୧୦ା୧୧(ଡି.ଏନ.ଏ.): ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଥିବା ବିଦେଶୀ ପକ୍ଷୀ ଇଣ୍ଡିଆନ ସ୍କିମର ପ୍ରତିବର୍ଷ ଭଳି ଚଳିତବର୍ଷ ମହାନଦୀର ବଡମୂଳଠାରେ ଶୁକ୍ରବାର ଦୃଶ୍ୟ ହୋଇଛନ୍ତି। ଶୀତଋତୁ ଆସିଲେ ବିଶେଷ କରି ନଭେମ୍ବର ଆରମ୍ଭରୁ ଫେବୃୟାରୀ ପର୍ଯ୍ୟନ୍ତ ମହାନଦୀର ସାତକୋଶିଆ ଗଣ୍ଡର ତଳିଆ ବଡମୂଳ ଅଞ୍ଚଳରେ ୪୨ ପ୍ରକାରର ବିଦେଶାଗତ ପକ୍ଷୀ ଦେଖାଯାଇଥାନ୍ତି। ଏଠାକୁ ଆସୁଥିବା ରଙ୍ଗବେରଙ୍ଗ ଦେଶୀୟ ଓ ବିଦେଶୀ ପକ୍ଷୀମାନଙ୍କ ମଧ୍ୟରେ ଏହି ଇଣ୍ଡିଆନ ସ୍କିମର ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସାତକୋଶିଆ ଗଣ୍ଡର ନୀଳ ଜଳରାଶିରେ ଦଳ ଦଳ ହୋଇ ସନ୍ତରଣ କରିବା ସହ ଏହି ପକ୍ଷୀମାନଙ୍କର କାକଳୀ ବେଶ୍‌ ରୋମାଞ୍ଚକର। ଗଣ୍ଡମଧ୍ୟରେ ଅବା ମହାନଦୀର ବାଲୁକା ଶଯ୍ୟାରେ ପ୍ରତିଟି ଦଳରେ ୫୦ରୁ ୬୦ ପକ୍ଷୀ ରହିଥାନ୍ତି। ଏହି ପକ୍ଷୀମାନେ ହିମାଳୟ ଓ ସାଇବେରିଆ ଅଞ୍ଚଳରୁ ଆସୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅନୁକୂଳ ଜଳବାୟୁ ଓ ପରିବେଶ ଯୋଗୁ ପୂର୍ବରୁ ଏହି ପକ୍ଷୀମାନେ କଟକସ୍ଥିତ ମୁଣ୍ଡୁଳି, ସାତକୋଶିଆ ଗଣ୍ଡର ଟିକରପଡା ଅଞ୍ଚଳକୁ ଆସୁଥିବାବେଳେ ବିଗତ ୫ବର୍ଷ ହେଲା ବଡମୂଳ ଅଞ୍ଚଳକୁ ଆସୁଥିବା ଦେଖିବାକୁ ମିଳୁଛି। ସାତକୋଶିଆ ଗଣ୍ଡକୁ ଆସୁଥିବା ଇଣ୍ଡିଆନ ସ୍କିମରମାନଙ୍କ ସମ୍ପର୍କରେ ଜାଣିବା ପାଇଁ ମହାନଦୀ ବନ୍ୟପ୍ରାଣୀ ବିଭାଗ ତରଫରୁ ୨୦୧୭ ମସିହାରେ ପକ୍ଷୀ ବିଶେଷଜ୍ଞଙ୍କ ଦ୍ୱାରା ବାର୍ଡ ରିଙ୍ଗିଙ୍ଗ (ଚିହ୍ନଟ ପ୍ରକ୍ରିୟା) କରାଯାଇଥିଲା। ଚିହ୍ନଟ ହୋଇଥିବା ପକ୍ଷୀମାନେ ପ୍ରତିବର୍ଷ ଆସୁଥିବା ଦେଖାଯାଉଛି ା ମହାନଦୀର ମଣିଭଦ୍ରା ଓ ଚକ୍ରଗଡଠାରେ ଏହି ପକ୍ଷୀମାନେ ଗତବର୍ଷ ବସାବାନ୍ଧି ରହିଥିବା ବନ୍ୟପ୍ରାଣୀ ବିଭାଗର ଜଣେ କର୍ମଚାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri