ସାତକୋଶିଆରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ଗଣିଆ, ୨୮।୧୨(ଡି.ଏନ.ଏ.): ନୂଆ ବର୍ଷ ପାଖେଇ ଅସୁଥିବା ବେଳେ ଧୀରେ ଧୀରେ ସାତକୋଶିଆରେ ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି। ସାତକୋଶିଆ ବ୍ୟାଘ୍ର ସଂରକ୍ଷଣାଞ୍ଚଳ ସାଉଥ୍‌ ବଡମୂଳ ଠାରେ ଥିବା ପ୍ରାକୃତିକ ପର୍ଯ୍ୟଟନସ୍ଥଳୀର ଭରପୂର ମଜା ଉଠାଇବା ପାଇଁ ପ୍ରତିଦିନ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଛୁଟି ଆସୁଥିବା ଦେଖିବାକୁ ମିଳିଛି। ଏପରି କି ସାତକୋଶିଆ ପ୍ରବେଶ ପଥ ଛାମୁଣ୍ଡିଆ ଚେକ୍‌ନାକାଗେଟଠାରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବହୁ ସଂଖ୍ୟାରେ କାର,ବସ୍‌, ଟ୍ରାଭେଲର ପରି ଗାଡି ଗହଳି ଲାଗି ରହୁଛି। ଏଥିସହ ଏକ୍ସ ମାସ ଛୁଟି ଥିବାରୁ ବିଭିନ୍ନ ସ୍କୁଲ, କଲେଜର ଛାତ୍ରୀ ଛାତ୍ରମାନଙ୍କ ଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ କର୍ମଚାରୀମାନେ ନିଜ ନିଜ ପରିବାର ସହ ବଣଭୋଜିର ଆସର ଜମେଇଥିବା ଦେଖିବାକୁ ମିଳିଛି। ବିଶେଷ କରି ଏହି ଅଞ୍ଚଳର ମଣିଭଦ୍ରା ପର୍ବତର ପାଦଦେଶ ମା’ କଳାପାଟ ପୀଠ ଠାରୁ ଆରମ୍ଭ କରି ବଡମୂଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ମହାନଦୀ କୂଳରେ ଭିଡ ଜମାଉଛନ୍ତି। ସେହିପରି ସାତକୋଶିଆ ସ୍ୟାଣ୍ଡ ରିସୋର୍ଟରେ ଜାନୁୟାରୀ ୧୦ତାରିଖ ପର୍ଯ୍ୟନ୍ତ ସମସ୍ତ କଟେଜ ଅଗ୍ରିମ ଭାବେ ଅନଲାଇନ ଯୋଗେ ବୁକିଂ ହୋଇସାରିଥିବା ପର୍ଯ୍ୟଟନ କେନ୍ଦ୍ର ପରିଚାଳନା କମିଟି ତରଫରୁ ସୂଚନା ମିଳିଛି। ବଣଭୋଜି ସହ ପର୍ଯ୍ୟଟକମାନେ ପ୍ରାକୃତିକ ପରିବେଶ ଉପଭୋଗ କରିବା ସାଙ୍ଗକୁ ସା୍ୟଣ୍ଡ ରିସୋର୍ଟରେ ବୁଲୁଛନ୍ତି। ଏଥିସହ ସାତକୋଶିଆ ଗଣ୍ଡରେ ବୋଟିଂର ଭରପୂର ମଜା ଉଠାଉଛନ୍ତି । ତେବେ ପ୍ରାକୃତିକ ପରିବେଶ ସହ ଜୈବ ବିବିଧତାର ଗନ୍ତାଘର ପାଲଟିଥିବା ଏହି ସାତକୋଶିଆ ପର୍ଯ୍ୟଟନ କେନ୍ଦ୍ର ପର୍ଯ୍ୟଟକମାନଙ୍କୁ ବେଶ୍‌ ଆକୃଷ୍ଟ କରୁଛି। ଏହି ପର୍ଯ୍ୟଟନ କେନ୍ଦ୍ର ଉତ୍ତରରେ ଅନୁଗୋଳ ଓ କଟକ ଜିଲାର ସୀମାନ୍ତରେ ଥିବା ବାଇଗଣୀ ପାହାଡ ଏବଂ ଦକ୍ଷିଣରେ ବୌଦ୍ଧ ଏବଂ ନୟାଗଡ ଜିଲାର ସୀମାନ୍ତରେ ଥିବା ସୁନାଖଣିଆ ପାହାଡର ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନଲୋଭା ା ସତେ ଯେପରି ଏହି ୨ ପାହାଡର ବୁକୁ ଚିରି କଳକଳ ନାଦ କରି ବହିଯାଉଥିବା ମହାନଦୀର ସାତକୋଶିଆ ଗଣ୍ଡର ନୀଳ ଜଳରାଶିରେ ସନ୍ତରଣ କରୁଥିବା ରଙ୍ଗ ବେରଙ୍ଗର ଦେଶୀ ଓ ବିଦେଶୀ ପକ୍ଷୀମାନେ ପର୍ଯ୍ୟଟକ ଏବଂ ପ୍ରକୃତିପ୍ରେମୀଙ୍କୁ ଆନମନା କରିଦେଇଥାନ୍ତି। ତେବେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ତୁଳନାରେ ବଣଭୋଜି କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପିଣ୍ଡି ଓ ପାନୀୟଜଳ ଯୋଗାଣ ବ୍ୟାବସ୍ଥାର ସୁବିଧା ନ ଥିବାରୁ ଅନେକ ପର୍ଯ୍ୟଟକ ନିରାଶାରେ ମୁହଁ ଫେରାଇ ମଣିଭଦ୍ରାଠାରେ ଭୋଜି କରୁଥିବା ଜଣାପଡିଛି। ଏଠାକୁ ଦିନବେଳା ଆସୁଥିବା ପର୍ଯ୍ୟଟକମାନଙ୍କ ବଣଭୋଜି ପାଇଁ ଅନେକ ଭିତ୍ତିଭୂମି ରହିଥିଲେ ମଧ୍ୟ ପର୍ଯ୍ୟଟନ ଭିଭାଗ କିମ୍ବା ବନ୍ୟପ୍ରାଣୀ ବିଭାଗ ତରଫରୁ ସେହିଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ ା ତେବେ ପର୍ଯ୍ୟଟନସ୍ଥଳୀର ବିକାଶ ଘଟିଲେ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି କୁହାଯାଉଥିବା ବେଳେ ବାସ୍ତବରେ ଏଥିପ୍ରତି କୌଣସି ପ୍ରଶାସନିକ ଦୃଷ୍ଟି ପଡୁ ନ ଥିବା କୁହନ୍ତି ସ୍ଥାନୀୟ ଅଞ୍ଚଳର ପୂର୍ବତନ ସରପଞ୍ଚ କୁମୁଦ ବେହେରାଙ୍କ ସମେତ ଅଞ୍ଚଳବାସୀ।


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri