ସାଟେଲାଇଟ୍‌ରୁ ଇଣ୍ଟରନେଟ୍‌ ସେବା ଦେବାକୁ କହି ଟ୍ରୋଲ୍‌ ହେଲେ ପାକ୍‌ ମନ୍ତ୍ରୀ

ଇସ୍‌ଲାମାବାଦ,୧୫।୧୧: ପାକିସ୍ତାନର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଫୟାଦ୍‌ ଚୌଧୁରୀ ପୁଣି ଥରେ ଆସିଛନ୍ତି ଚର୍ଚ୍ଚାକୁ। ଏବେ ସେ ପୁଣି ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଛନ୍ତି। ଘଟଣା ହେଉଛି ସେ ଟୁଇଟରରେ ଏମିତି ଏକ ପୋଷ୍ଟ କରିଛନ୍ତି ଯେଉଁଥି ପାଇଁ ଟ୍ରୋଲ୍‌ ହୋଇଛନ୍ତି। ଟୁଇଟରରେ ସେ ଲେଖିଛନ୍ତି, ଇଣ୍ଟରନେଟ ଏବେ ସମସ୍ତଙ୍କର ମୌଳିକ ଅଧିକାର ପାଲଟି ଯାଇଛି। ହେଲେ ଜମ୍ମୁ-କଶ୍ମୀରରେ ଏହି ସୁବିଧା ନାହିଁ। ତେଣୁ ସେ ପାକିସ୍ତାନ ସ୍ପେଶ ଆଣ୍ଡ ଅପର ଆଟ୍ମୋସ୍ପିୟର ରିସର୍ଚ୍ଚ କମିଶନଙ୍କୁ ପତ୍ର ଲେଖି ପଚାରିଛନ୍ତି ଜମ୍ମୁ-କଶ୍ମୀରରେ ସାଟେଲାଇଟ ମାଧ୍ୟମରେ ଇଣ୍ଟରନେଟ୍‌ ସେବା ଯୋଗାଇ ଦିଆଯାଇ ପାରିବ କି? ଏହାକୁ ଦେଖି ସୋସିଆଲ ମିଡିଆ ୟୁଜର୍ସମାନେ ତାଙ୍କୁ କମେଣ୍ଟ କରିଛନ୍ତି। ଏହାସହ ପାକିସ୍ତାନ ମନ୍ତ୍ରୀଙ୍କୁ ନିଜ ଦେଶର ମହାକାଶ ଏଜେନ୍ସିର ନାଁ ମଧ୍ୟ ଜଣାନାହିଁ ବୋଲି କୁହାଯାଇଛି। କାରଣ ପାକିସ୍ତାନ ମହାକାଶ ଏଜେନ୍ସିର ନାଁ SUPARCO ହୋଇଥିବା ବେଳେ ଫୟାଦ ଏହାକୁ ଭୁଲ୍‌ ଭାବେ SPRACO ଲେଖି ଟ୍ରୋଲ୍‌ ହୋଇଛନ୍ତି। ସୂଚନାଯୋଗ୍ୟ, କେବଳ ଏତିକି ନୁହେଁ ସେ ଆଗରୁ ମଧ୍ୟ ଏମିତି କିଛି ପୋଷ୍ଟ କରି ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଛନ୍ତି।

Share