ସାଜିଦ୍‌ ଜାଭିଦ୍‌ ହେବେ ବ୍ରିଟେନ୍‌ ଅର୍ଥମନ୍ତ୍ରୀ

ଲଣ୍ଡନ,୨୫ା୭(ପି.ଟି.): ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ପୂର୍ବତନ ଗୃହମନ୍ତ୍ରୀ ସାଜିଦ୍‌ ଜାଭିଦ୍‌ଙ୍କୁ ଦେଶର ଅର୍ଥମନ୍ତ୍ରୀ କରିବାକୁ ଘୋଷଣା କରିଛନ୍ତି। ଫିଲିପ୍‌ ହାମୋଣ୍ଡ୍‌ଙ୍କ ସ୍ଥାନରେ ଜାଭିଦ୍‌ଙ୍କୁ ଏହି ନୂତନ ଦାୟିତ୍ୱ ଦିଆଯିବ ବୋଲି ବୁଧବାର ଏକ ସରକାରୀ ବିବୃତିରେ ପ୍ରକାଶ କରାଯାଇଛି। ପ୍ରଧାନମନ୍ତ୍ରୀ ପଦ ଲାଗି ଦାବିଦାର ଥିବା ଜାଭିଦ୍‌ଙ୍କୁ କଞ୍ଜରଭେଟିଭ୍‌ ପାର୍ଟି ଏମ୍‌ପିଙ୍କ ସମର୍ଥନ ନ ମିଳିବାରୁ ବୋରିସ୍‌ ବାଜି ମାରିନେଇଥିଲେ।

Share