ସାଙ୍ଗଠନିକ ସ୍ଥିତି ସୁଧାରିବାକୁ ଅଣ୍ଟା ଭିଡିଲା ରାଜ୍ୟ କଂଗ୍ରେସ, ପୁନଃଗଠନ ହେବ ପିସିସି

ଭୁବନେଶ୍ୱର,୧୯।୯(ବ୍ୟୁରୋ): ପୁନଃଗଠନ ହେବ ପ୍ରଦେଶ କଂଗ୍ରେସ କମିଟି(ପିସିସି)। ରାଜ୍ୟରେ ଦଳର ସାଙ୍ଗଠନିକ ସ୍ଥିତି ସୁଦୃଢ଼ କରିବାକୁ ଏଆଇସିସି ନିର୍ଦ୍ଦେଶ ଦେବା ପରେ ଅଣ୍ଟା ଭିଡିଛି କଂଗ୍ରେସ। ତେବେ ଗତ ନିର୍ବାଚନରେ ଦଳ ପାଇଁ କାମ କରିଥିବା ନେତାମାନଙ୍କୁ ନେଇ ଛୋଟ ଛୋଟ କମିଟିର ପୁର୍ନଗଠନ କରାଯିବ ବୋଲି ଗୁରୁବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସେପ୍ଟେମ୍ବରରୁ ଏହି କାମ ଆରମ୍ଭ ହେବ। ଏଣିକି ଜୋନ ପ୍ରଦେଶ କଂଗ୍ରେସ କମିଟିରେ ଜୋନ୍‌ କମିଟି ରହିବ ନାହିଁ। ପୂର୍ବଭଳି ବ୍ଲକ କମିଟି ରହିବ ବୋଲି ନିରଞ୍ଜନ କହିଛନ୍ତି। ଏହାଛଡ଼ା ଯେକୌଣସି ମୂହୁର୍ତ୍ତରେ ବିଜେପୁର ଉପନିର୍ବାଚନ ଲାଗି ତାରିଖ ଘୋଷଣା ହୋଇପାରେ। ଏଥିପାଇଁ କଂଗ୍ରେସ ଦେଢ଼ମାସ ଆଗରୁ ରଣନୀତି ପ୍ରସ୍ତୁତ କରିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଏକ କମିଟି ଏକ କମିଟି ଗଠନ କରାଯାଇଛି। ଏହି କମିଟି ଯେଉଁ ନିଷ୍ପତ୍ତି ନେବ ତାହା ଅନୁଯାୟୀ କାର୍ଯ୍ୟ କରାଯିବ ବୋଲି ସେ ମଧ୍ୟ କହିଛନ୍ତି।