Posted inପୁରୀ

ସାକ୍ଷୀଗୋପାଳରେ ୨ଘରୁ ଡକାୟତି: ହାତଗୋଡ ବାନ୍ଧି ଲୁଟିନେଲେ ଟଙ୍କା, ସୁନା

ସାକ୍ଷୀଗୋପାଳ, ୪ା୮(ଡି.ଏନ୍‌.ଏ.): ସାକ୍ଷୀଗୋପାଳ ରେଳଷ୍ଟେଶନ ନିକଟରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଏକ ଦୁଇଟି ପରିବାରରୁ ଲୁଟେରାମାନେ ବିପୁଳ ପରିମାଣର ସମ୍ପତ୍ତି ଲୁଟ୍‌ କରିନେଇଛନ୍ତି। ଲୁଟେରାମାନେ ଯାଦବ ନିବାସରେ ୧୦ଜଣ ଡକାୟତ ପଶି ୭ଜଣ ପରିବାର ସଦସ୍ୟଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ହାତଗୋଡ ବାନ୍ଧି ସେମାନଙ୍କୁ ମାରପିଟ୍‌ କରି ଲକ୍ଷାଧିକ ଟଙ୍କା, ସୁନା ଗହଣା ଲୁଟ୍‌ କରିଛନ୍ତି। ମାତ୍ର ୪୦ ମିନିଟ୍‌ ଭିତରେ ସେମାନେ ଅବସରପ୍ରାପ୍ତ ଦୁଇ କର୍ମଚାରୀଙ୍କୁ ସର୍ବଶାନ୍ତ କରିଦେଇ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିଲେ। ଖବରପାଇ ରାତି ୩ଟାରେ ସତ୍ୟବାଦୀ ଥାନା ଆଇଆଇସି ତପନ କୁମାର ରାଉତ ଓ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ଆଖପାଖ ଅଞ୍ଚଳରେ ଚଢ଼ାଉ କରିଥିଲେ। ଦୁଇ ପରିବାର ପକ୍ଷରୁ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏନେଇ ସତ୍ୟବାଦୀ ଥାନା କେସ୍‌ ନଂ ୧୩୦/୧୯ରେ ଏକ ମାମଲା ରୁଜୁ କରାଯାଇଛି। ତଦନ୍ତକାରୀ ଅଧିକାରୀ ରବିନ୍ଦ୍ର ନାଥ ନନ୍ଦ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ସାକ୍ଷୀଗୋପାଳ ଷ୍ଟେଶନ ନିକଟରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଯାଦବ ନାୟକ ତାଙ୍କ ପରିବାର ସହ ଉପର ମହଲାରେ ରହୁଥିବାବେଳେ ଅନ୍ୟଜଣେ ଅବସରପ୍ରାପ୍ତ କର୍ମଚାରୀ ଗଦାଧର ରଥ ସ୍ତ୍ରୀ କଲ୍ୟାଣୀଙ୍କ ସହ ତଳେ ଭଡାରେ ରୁହନ୍ତି। ଡକାୟତମାନେ ମୁଖ୍ୟ ଫାଟକ ତାଲା ଭାଙ୍ଗି ଗୋଟିଏ ଝରକା ଗ୍ରୀଲ ତାଡି ଗଦାଧରଙ୍କ କୋଠରୀକୁ ପଶିଥିଲେ। ଗଦାଧର ଓ କଲ୍ୟାଣୀଙ୍କୁ ଖଟ ଉପରେ ବାନ୍ଧିଦେଇ ସେମାନଙ୍କ ଠାରୁ ଆଲମିରା ଚାବି ନେଇ ୪୦ ହଜାର ଟଙ୍କା, ୪ ଭରି ଓଜନର ସୁନା ଗହଣା ଲୁଟି ନେଇଥିଲେ। ଏହା ସହ ଆଲମିରା, ଫ୍ରିଜ୍‌, ରୋଷେଇଘର, ଟେବୁଲ ଡ୍ରରୁ ଜିନଷ ପତ୍ର ବାହାର କରି ପକାଇ ଦେଇଥିଲେ। ପରେ ଡକାୟତ ଦଳ ଉପର ମହଲାରେ ଯାଦବ ନାୟକ, ତାଙ୍କ ସ୍ତ୍ରୀ ମୀନା ଦେବୀ, ଦୁଇଝିଅ ଗୀତାଞ୍ଜଳୀ, ପୁଷ୍ପାଞ୍ଜଳୀ ଓ ନାତି ସୌମ୍ୟରଞ୍ଜନଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ସେମାନଙ୍କୁ ଗୋଟିଏ ଘରେ ବାନ୍ଧି ବନ୍ଦ କରିଦେଇଥିଲେ। ଝିଅ ଓ ସ୍ତ୍ରୀ ପିନ୍ଧିଥିବା ସୁନା ଅଳଙ୍କାର ଛଡାଇ ନେଇଥିଲେ। ନଗଦ ଏକ ଲକ୍ଷ ଟଙ୍କା, ୧୦ ଭରି ସୁନା ଅଳଙ୍କାର, ରୂପା ଗହଣା, ୩ ଟି ମୋବାଇଲ ଓ ୪ ଟି ହାତ ଘଣ୍ଟା ଆଦି ଲୁଟି ନେଇଥିବା ପୋଲିସ ନିକଟରେ ଅଭିଯୋଗରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri