ସାଉଥ୍‌ ଫିଲ୍ମରେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନବାଗତା ଅଭିନେତ୍ରୀ ଜାହ୍ନବୀ କପୁର ନିଜ ଅଭିନୟ ଓ ନୂଆ ନୂଆ ପ୍ରୋଜେକ୍ଟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ୨୦୧୮ରେ ଫିଲ୍ମ ‘ଧଡକ୍‌’ରୁ ବଲିଉଡ୍‌ରେ ପାଦ ରଖିଥିବା ଏହି ଅଭିନେତ୍ରୀ ଏବେ ସାଉଥ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପ୍ରଥମ ଥର ସାଉଥ୍‌ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ଜାହ୍ନବୀ ସ୍କ୍ରିନ୍‌ ଶେୟାର କରିବେ। ଫିଲ୍ମ ‘ଫାଇଟର’ରେ ଜାହ୍ନବୀ ଓ ବିଜୟଙ୍କ ରୋମାନ୍ସ ଦେଖିପାରିବେ ଦର୍ଶକେ। କୁହାଯାଏ, ପୂର୍ବରୁ ସେ ବିଜୟଙ୍କ ସହ କାମ କରିବାକୁ ଚାହୁଁଥିବା ବେଳେ ଏବେ ତାଙ୍କର ଇଛା ପୂରଣ ହୋଇଛି। ତେବେ ଫିଲ୍ମ ନିର୍ମାତାଙ୍କ ଜାହ୍ନବୀ ପ୍ରଥମ ପସନ୍ଦ ନୁହଁନ୍ତି। ଶୁଣିବାକୁ ମିଳିଛି, ଉକ୍ତ ଫିଲ୍ମ ପାଇଁ କିୟାରା ଆଡଭାନୀ ଓ ଆଲିଆ ଭଟ୍ଟଙ୍କୁ ଆପ୍ରୋଚ୍‌ କରାଯାଇଥିଲା। ହେଲେ ଦୁଇ ଅଭିନେତ୍ରୀଙ୍କ ସହ ଡିଲ୍‌ ସାଇନ୍‌ ହୋଇପାରି ନ ଥିଲା। ଏହାପରେ ପ୍ରଯୋଜକ କରଣ ଜୋହର ଏହି ଫିଲ୍ମ ପାଇଁ ଜାହ୍ନବୀଙ୍କ ନାଁକୁ ସୁପାରିଶ କରିଥିଲେ।  ଫିଲ୍ମର ଶୁଟିଂ ଫେବୃୟାରୀରୁ ଆରମ୍ଭ ହେବ ବୋଲି କୁହାଯାଉଛି।

Share