Categories: ଜାତୀୟ

ସାଇରସ ମିସ୍ତ୍ରି ପୁଣି ହେବେ ଟାଟା ଗ୍ରୁପ୍‌ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୮।୧୨: ନ୍ୟାଶନାଲ କମ୍ପାନୀ ଲ’ ଆପିଲେଟ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଏଟି) ସାଇରସ ମିସ୍ତ୍ରିଙ୍କୁ ଟାଟା ସନ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ପୁଣି ଅବସ୍ଥାପିତ କରାଯାଇଛି। ଏଥିସହ ବର୍ତ୍ତମାନ ଟାଟା ସନ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରଶେଖରନ୍‌ଙ୍କ ନିଯୁକ୍ତିକୁ ବେଆଇନ ବୋଲି ଏନ୍‌ସିଏଲ୍‌ଏଟିି କହିଛି। ଏନ୍‌ସିଏଲ୍‌ଏଟିର ୨ଜଣ ସଦସ୍ୟଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର ଏହି ଶୁଣାଣି କରିଛନ୍ତି। ଏହା ସାଇରସଙ୍କ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଦୀର୍ଘ ୩ବର୍ଷ ପରେ ସେ ପୁନଃ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଅପରପକ୍ଷେ ଟ୍ରିବ୍ୟୁନାଲ ଟାଟା ସନ୍ସ କର୍ତ୍ତୃପକ୍ଷଙ୍କୁ ୪ ସପ୍ତାହର ସମୟ ଦେଇଛନ୍ତି। ଯଦି ଟାଟା ସନ୍ସ କର୍ତ୍ତୃପକ୍ଷ ଚାହିଁବେ, ତେବେ ଏହି ସମୟ ମଧ୍ୟରେ ଟ୍ରିବ୍ୟୁନାଲଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିପାରିବେ। ନଚେତ୍‌, ୪ ସପ୍ତାହ ପରେ ଟ୍ରିବ୍ୟୁନାଲଙ୍କ ଏହି ରାୟ କାର୍ଯ୍ୟକାରୀ ହେବ।

Share