Categories: ବାଣିଜ୍ୟ

ସାଇକେଲ ଦ୍ୱାରା ସଞ୍ଚୟ ହେବ ୧.୮ ଲକ୍ଷ କୋଟି

ନୂଆଦିଲ୍ଲୀ,୪।୬: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଭାରତୀୟ ସଡ଼କଗୁଡିକୁ ସାଇକେଲ ଲାଗି ଅନୁକୂଳ କରିବା ଲାଗି ଯୋଜନା ହେଉଛି। କାରଣ ଲକ୍‌ଡାଉନ ଯୋଗୁ ଲୋକମାନେ ପୁଣି ଥରେ ସାଇକେଲ ବ୍ୟବହାର କରିବା ନେଇ ଏକ ଟ୍ରେଣ୍ଡ ସାମ୍ନାକୁ ଆସିଥିଲା। କମ୍‌ ଦୂରତ୍ୱ ବିଶିଷ୍ଟ ସ୍ଥାନଗୁଡିକୁ ସାଇକେଲ ନେଇ ଯିବା ଉପରେ ଅନେକେ ଗୁରୁତ୍ୱ ଦେଇଥାନ୍ତି। ଏଭଳି ସ୍ଥଳେ ମୋଟର ସାଇକେଲ ଏବଂ କାର୍‌ ନେଇ ଯିବା ପରିବର୍ତ୍ତେ ସାଇକେଲ ନେଇ ଯିବା ଦ୍ୱାରା ଅର୍ଥ ବ୍ୟବସ୍ଥାକୁ ମଧ୍ୟ ଲାଭ ହେବ। ଜୁନ୍‌ ୩କୁ ସାଧାରଣତଃ ବିଶ୍ୱ ସାଇକେଲ ଦିବସ ଭାବେ ପାଳନ କରାଯାଏ। ଜାତିସଂଘର ସାଧାରଣ ପରିଷଦ ୨୦୧୮ ଏପ୍ରିଲରେ ଏଭଳି ଏକ ନିଷ୍ପତ୍ତି ନେଇଥିଲା। ସାଇକେଲ ଚଳାଇବା ଦ୍ୱାରା ଲୋକମାନେ ଫିଟ୍‌ ହେବା ସହ ପରିବେଶକୁ ସୁରକ୍ଷିତ କରି ରଖିପାରିବେ। କମ୍‌ ସମୟ ଅବଧି ସ୍ଥାନଗୁଡିକୁ ସାଇକେଲ ନେଇ ଯିବା ଦ୍ୱାରା ପ୍ରତିବର୍ଷ ପ୍ରାୟ ୧.୮ ଲକ୍ଷ କୋଟି ଟଙ୍କାର ସଞ୍ଚୟ ହୋଇ ପାରିବ ବୋଲି ଏକ ଅଧ୍ୟୟନରୁ ସାମ୍ନାକୁ ଆସିଛି। ଦ ଏନର୍ଜି ଆଣ୍ଡ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ଏଭଳି ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି।

Share