ସାଇକେଲରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର,୨୮ା୩(ଡି.ଏନ୍‌.ଏ.)- କରୋନାକୁ ପ୍ରତିରୋଧ ପାଇଁ ଗଞ୍ଜାମ ଜିଲାରେ ଲାଗୁ ହୋଇଥିବା ଲକ୍‌ଡାଉନ ଶନିବାର ସପ୍ତମ ଦିନରେ ପହଞ୍ଚତ୍ଛି। ଏନେଇ ଜିଲାରେ ବାଇକ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ ରହିଛି। ଗ୍ରାମାଞ୍ଚଳଗୁଡିକରେ କରୋନା ନେଇ ଜାରି ହୋଇଥିବା ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେଉଛି କି ନାହିଁ ତାର ଅନୁଧ୍ୟାନ କରିବାକୁ କୁହାଯାଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ସାଇକେଲରେ ଛତ୍ରପୁର ସହରରେ ବୁଲି ଏହାର ଅନୁଧ୍ୟାନ କରିଥିଲେ। ଆଳୁ ଗୋଦାମକୁ ଯାଇ ଦର ବୁଝିବା ସହ ଦର ତାଲିକା ଲଗାଇବାକୁ ତାଗିଦ କରିଥିଲେ। ସଫେଇ କାର୍ଯ୍ୟ ଠିକ୍‌ କରିବା ଉପରେ ଜିଲାପାଳ ଗୁରୁତ୍ୱ ଦେଇଛନ୍ତି। ଗ୍ରାମାଞ୍ଚଳରେ ଥିବା ନିରାଶ୍ରୟ ଓ ଭିକ୍ଷୁକଙ୍କୁ ଚିହ୍ନଟ କରି ରନ୍ଧାଖାଦ୍ୟ ଦେବାକୁ ବିଡ଼ିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିଦିନ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ଲୋକଙ୍କ ତଥ୍ୟ ପ୍ରଦାନ କରିବାକୁ ମଧ୍ୟ କୁହାଯାଇଥିଲା। କୌଣସି ପରିବାରରେ ଅସୁବିଧା ହେଲେ ତୁରନ୍ତ କ୍ୱାରାଣ୍ଟାଇନ୍‌ କେନ୍ଦ୍ରକୁ ସ୍ଥାନାନ୍ତର ପାଇଁ ନିର୍ଦେଶ ଦିଆଯାଇଛି।