ସାଇକେଲରେ ଅଫିସ ଗଲେ ମିଳେ ଅଧିକ ଟଙ୍କା

ନେଦରଲାଣ୍ଡସ୍‌ରେ ସାଇକେଲରେ ଯାତାୟାତକୁ ଦିଆଯାଉଛି ଗୁରୁତ୍ୱ। ପୁଣି ସେଠାରେ ଅଫିସକୁ ଯାଉଥିବା ବ୍ୟକ୍ତିଙ୍କୁ ମିଳେ ଅଲଗା ପ୍ରୋତ୍ସାହନ ରାଶି। ସେଥିପାଇଁ ଏଠାରେ ଅଧିକାଂଶ ଲୋକେ ସାଇକେଲରେ ଅଫିସ ଯିବାକୁ ପସନ୍ଦ କରିଥାଆନ୍ତି। ସାଇକେଲରେ ଯାଉଥିବା କର୍ମଚାରୀଙ୍କୁ କିଲୋମିଟିର ପିଛା ୧୬ଟଙ୍କା ମିଳିଥାଏ। ଏହା ପୁଣି କରମୁକ୍ତ। ତେବେ ଏହି ଟଙ୍କା କର୍ମଚାରୀ ଜଣଙ୍କ କାମ କରୁଥିବା କମ୍ପାନୀ ପକ୍ଷରୁ ଦିଆଯାଇଥାଏ। ସେଥିପାଇଁ ଏଠାକାର ଅଧିକାଂଶ ଲୋକ ସାଇକେଲରେ ଅଫିସ ଯିବାକୁ ପସନ୍ଦ କରିଥାଆନ୍ତି। ସରକାରଙ୍କ ପକ୍ଷରୁ ସୂଚିତ କରାଯାଇଛି ଯେ, ସାଇକେଲ ଚଲାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ପିରବେଶ ମଧ୍ୟ ପ୍ରଦୂଷିତ ହୁଏନାହିଁ। ଏନ୍ୟପଟେ ଏକ ଗବେଷଣାରୁ ଜଣାଯାଏ ଯେ ଏଠାରେ ସାଇକେଲ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଅଧିକ।

Share