ସହାୟତା ଦାବି କଲେ ଘରୋଇ ଗାଡି ଚାଳକ

ସମ୍ବଲପୁର,୧୯ା୪(ବ୍ୟୁରୋ)-ଲକ୍‌ଡାଉନର ପ୍ରଭାବ ଘରୋଇ ବସ୍‌, ଟ୍ରକ, କାର ଓ ସମସ୍ତ ଚାରିଚକିଆ ଯାନ ଚଲାଇଥିବା ଡ୍ରାଇଭରମାନଙ୍କ ଉପରେ ପଡିଛି । ଗାଡି ଚଳାଚଳ ବନ୍ଦ ହେବାରୁ ସେମାନଙ୍କ ରୋଜଗାର ବନ୍ଦ ହୋଇଯାଇଛି । ତେଣୁ ସେମାନେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଓଡିଶା ମୋଟର ଚାଳକ ସଂଘ ସମ୍ବଲପୁର ଶାଖା ପକ୍ଷରୁ ଦାବି କରାଯାଇଛି ।
ସମ୍ବଲପୁର ଜିଲାରେ ପ୍ରାୟ ୨୫ ହଜାରରୁ ଊର୍ଦ୍ଧ୍ୱ ଡାଇଭର ଅଛନ୍ତି । ଲକ୍‌ ଡାଉନ କଟକଣା ଯୋଗୁ ସେମାନେ ହାତବାନ୍ଧି ବସିଛନ୍ତି। ପରିବାର ପାଇଁ ଦୁଇ ଓଳି ଖାଦ୍ୟ ଯୋଗାଡ କରିବା ସେମାନଙ୍କ ପାଇଁ କାଠିକର ପାଠ ହୋଇଛି। ଆର୍ଥତ୍କ ସହାୟତା ପ୍ରଦାନ ନ କଲେ ସେମାନଙ୍କ ପିଲାଛୁଆ ଭୋକ ଉପାସରେ ମରିଯିବେ । ଅନ୍ୟ ରାଜ୍ୟରେ ଘରୋଇ ଡ୍ରାଇଭରମାନଙ୍କୁ ସରକାର ୫ ହଜାର ଟଙ୍କା ଆର୍ଥତ୍କ ସହାୟତା ଦେଇଛନ୍ତି । ଏହାକୁ ଓଡ଼ିଶା ସରକାର ଗ୍ରହଣ କରନ୍ତୁ ବୋଲି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସଂଘର ସଭାପତି ସୁବ୍ରତ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଅନିରୁଦ୍ଧ ପ୍ରଧାନଙ୍କ ସମେତ ଏକ ପ୍ରତିନିଧି ଦଳ ଏ ସଂକ୍ରାନ୍ତରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେହିପରି ଭାଜପା ସମଲେଶ୍ୱରୀ ମଣ୍ଡଳ ଓ ମହାନଦୀ ମଣ୍ଡଳ ମଧ୍ୟ ଅଟୋ ରିକ୍ସା ଚାଳକ ଓ ଘରୋଇ ଡ୍ରାଇଭରମାନଙ୍କୁ ସହାୟତା ଦେବାକୁ ଦାବି କରିଛି। ସୁଶାନ୍ତ ପୁରୋହିତ, ଶମ୍ଭୁ ବରେଲିଆ, ଦଧିବାବନ ପଣ୍ଡା, ସୁନିଲ ମହାରଣା ପ୍ରମୁଖଙ୍କ ଏହି ଦାବିପତ୍ରରେ ସ୍ବାକ୍ଷର କରିଛନ୍ତି ା