ସହାୟତା ଦାବି କଲା କଳାକାର ସଂଘ

କଣ୍ଟାବାଞ୍ଜି, ୨୦ା୧୦(ଡି.ଏନ.ଏ.)
ବଲାଙ୍ଗୀର ଜିଲା କଣ୍ଟାବାଞ୍ଜ ଏନଏସି ସହରାଞ୍ଚଳରେ ଥିବା କଳାକାରଙ୍କୁ ଚିହ୍ନଟ କରାଯାଇ ନାହିଁ। ଏଥିଯୋଗୁ ସେମାନେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି। କଳାକାର ଭତ୍ତା ନ ପାଇ ସେମାନେ ହାହୁତାଶ ମଧ୍ୟଦେଇ ଗତି କରୁଛନ୍ତି। ଏ ନେଇ ସୋମବାର କଳାକାର ସଂଘ ପକ୍ଷରୁ ୫ଦଫା ସମ୍ବଳିତ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାର ଅଶୋକ କୁମାର ମାଝୀ ଓ ଏନଏସି ନିର୍ବାହୀ ଅଧିକାରୀ ସାମ୍ମି ରେଡ୍ଡି ଜୟଶ୍ରୀଙ୍କୁ ପ୍ରଦାନ କରାଯାଇଛି। ଏନଏସି ପକ୍ଷରୁ ସହରରେ ଥିବା ବିଭିନ୍ନ କଳାକାରଙ୍କୁ ନେଇ ଏକ କଳାକାର ସଂଘ ଗଠନ ସହ ପଞ୍ଜୀକରଣ କରିବା, କରୋନା ମହାମାରୀ ଯୋଗୁଁ ଦୁର୍ବିସହ ଜୀବନ ଜୀଉଁଥିବା କଳାକାରଙ୍କ ପରିବାର ପ୍ରତିପୋଷଣ ଲାଗି ସରକାରୀ ସହାୟତା, ସରକାରୀ ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାରମାନଙ୍କୁ ସାମିଲ କରିବା ଆଦି ଦାବି ନେଇ ଏକ ସ୍ମାରକପତ୍ର ଦିଆଯାଇଛି ା ସଂଘ ସଭାପତି ଅମରେନ୍ଦ୍ର ବାଗଙ୍କ ନେତୃତ୍ୱରେ ଅଶୋକ କୁମ୍ଭାର, ତୁଲେଶ୍ୱର ସୁନା, ସୁମିତ୍ରା ଛତ୍ରିଆ, ଗିରିଧାର ନାଏକ, ଶିବାଶିଷ ବାଗ ଉପସ୍ଥିତ ଥିଲେ।