ସହରରେ ବେଆଇନ ଆପାର୍ଟମେଣ୍ଟ ନିର୍ମାଣ

ଅନୁଗୋଳ ସହର, ୩।୨: ଅନୁଗୋଳ ସହର ହୁଲୁରିସିଂହାଠାରେ ବେଆଇନ ଭାବେ ଏକ ଆପାର୍ଟମେଣ୍ଟ ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି। ଜିଲାପାଳ, ତାଳଚେର-ଅନୁଗୋଳ-ମେରାମଣ୍ଡଳି ଡେଭଲପମେଣ୍ଟ ଅଥରିଟି(ତାମଡା) ସେକ୍ରେଟାରି ଏବଂ ଭୁବନେଶ୍ୱରସ୍ଥିତ ଓଡ଼ିଶା ରିୟଲ ଇଷ୍ଟେଟ ରେଗୁଲେଟାରି ଅଥରିଟିଙ୍କ ନିକଟରେ ଏ ନେଇ ଅଭିଯୋଗ କରାଯାଇଛି। ଅଭିଯୋଗ ପାଇବା ପରେ ତାମଡା ପକ୍ଷରୁ ଆପାର୍ଟମେଣ୍ଟର ଡାଇରେକ୍ଟରଙ୍କ ନିକଟକୁ ଚିଠି କରି କାର୍ଯ୍ୟବନ୍ଦ ନିର୍ଦ୍ଦେଶ ଦିଆଯିବା ସହ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।
ସମ୍ପୃକ୍ତ ଆପାର୍ଟମେଣ୍ଟରେ ରହୁଥିବା ସଞ୍ଜୁକ୍ତା ସ୍ବାଇଁ ଏବଂ ପୁଅ ଅର୍ପିତ ଅନୁପମ ପ୍ରଧାନଙ୍କ ଅଭିଯୋଗ ଅନୁଯାୟୀ, ୨୦୧୫ ଜୁନ ୧ ସୁଦ୍ଧା ଆପାର୍ଟମେଣ୍ଟର ୩ଟି ବ୍ଲକ କାର୍ଯ୍ୟ ସାରିବା ପାଇଁ ତାମଡା ପକ୍ଷରୁ ଅନୁମତି ଦିଆଯାଇଥିଲା। କିନ୍ତୁ ସେହି ସମୟରେ ୨ଟି ବ୍ଲକ କାର୍ଯ୍ୟ କରି ଲୋକମାନଙ୍କୁ ଫ୍ଲାଟ ବିକ୍ରି କରିଦିଆଯାଇଥିଲା। ଏବେ ଅନୁମତି ନ ଥାଇ ବେଆଇନ ଭାବେ ସେହି ଆପାର୍ଟମେଣ୍ଟରେ ବହୁତଳପ୍ରାସାଦ ନିର୍ମାଣ କରାଯାଉଛି। ସେଠାରେ ଘରକୁ ବାସୋପଯୋଗୀ ବା ଅକ୍ୟୁପେନ୍ସି ସାର୍ଟିଫିକେଟ୍‌ ତାମଡ଼ା ପକ୍ଷରୁ ମିଳିବା ଆବଶ୍ୟକ। ତାହା ନ ଥିବାବେଳେ ବ୍ଲକରେ ସମ୍ପୂର୍ଣ୍ଣ ଫାୟାର ସେଫ୍ଟିର ବ୍ୟବସ୍ଥା ମଧ୍ୟ ନାହିଁ। ଏବେ ସମ୍ପୂର୍ଣ୍ଣ ବେଆଇନ ଭାବେ ସେଠାରେ ୪ ମହଲା ବିଶିଷ୍ଟ ଘର ନିର୍ମାଣ କରାଯାଉଛି। ଗତ ଡିସେମ୍ବର ୧୨ରେ ବିଧିବଦ୍ଧ ଭାବେ ଅଭିଯୋଗ ହେବା ପରେ ଡିସେମ୍ବର ୨୭ରେ ନିର୍ମାଣ କାର୍ଯ୍ୟ ୧୦ ଦିନ ମଧ୍ୟରେ ବନ୍ଦ କରିବା ପାଇଁ ତାମଡା ପକ୍ଷରୁ ସମ୍ପୃକ୍ତ କନଷ୍ଟ୍ରକଶନ କମ୍ପାନୀକୁ ଚିଠି (ନଂ.୩୨୯୫) କରାଯାଇଥିଲା। ଏହା ସତ୍ତ୍ୱେ ଉକ୍ତ କମ୍ପାନୀ ପକ୍ଷରୁ କାର୍ଯ୍ୟ ବନ୍ଦ କରାଯାଇ ନ ଥିଲା। ଏ ନେଇ ଅଭିଯୋଗକାରୀ ଡିସେମ୍ବର ୩୦ରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ୩ ଦିନ ମଧ୍ୟରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ତାମଡାକୁ ଜିଲା ପ୍ରଶାସନ ଚିଠି କରିଥିଲେ। ଜିଲାପାଳଙ୍କ ଚିଠି ପାଇବା ପରେ ଜାନୁୟାରୀ ୨୦ରେ ଚିଠି ନଂ.୭୬ରେ ସମ୍ପୃକ୍ତ କନଷ୍ଟ୍ରକଶନ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।
ଏ ସମ୍ପର୍କରେ ତାମଡାର ସେକ୍ରେଟାରୀ ବଇତୁରା ଦୀପ୍‌ଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ସଞ୍ଜୁକ୍ତା ଓ ଅର୍ପିତ ଅନୁପମଙ୍କ ଅଭିଯୋଗକ୍ରମେ ସମ୍ପୃକ୍ତ ଆପାର୍ଟମେଣ୍ଟର ଡାଇରେକ୍ଟରଙ୍କୁ କାର୍ଯ୍ୟ ବନ୍ଦ ପାଇଁ ଚିଠି କରାଯିବା ସହିତ କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ଜାରି କରାଯାଇଛି। ଏ ବିଷୟରେ ଆପାର୍ଟମେଣ୍ଟ ନିର୍ଦ୍ଦେଶକ ଆନନ୍ଦ କୁମାର ଅଗ୍ରଓ୍ବାଲଙ୍କୁ ପଚାରିବାରେ କୁହନ୍ତି, କୌଣସି ବେଆଇନ କାମ ହୋଇନି। ମୋ ପାଖରେ ଅନୁମତିପତ୍ର ଅଛି। ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri