ପୁଞ୍ଜି ବଜାରର ପ୍ରତିକ୍ରିୟା ଆଶ୍ଚର୍ଯ୍ୟ କରିଛି: ରାଜୀବ କୁମାର

ମୁମ୍ବାଇ,୩-୨: ବଜେଟକୁ ପୁଞ୍ଜି ବଜାରର ପ୍ରତିକ୍ରିୟା ନେଇ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ବଜେଟ ଘୋଷଣା ପରେ ପୁଞ୍ଜି ବଜାରର ପ୍ରତିକ୍ରିୟା ଆଶ୍ଚର୍ଯ୍ୟ କରିଛି। ବଜେଟ ପ୍ରସ୍ତାବକୁ ନେଇ ପୁଞ୍ଜି ବଜାର ଉପରେ ନକରାତ୍ମକ ପ୍ରଭାବ ପଡିଛି। ହୁଏତ ନିବେଶକମାନେ କିଛି ବଡ ଘୋଷଣା ଆଶା କରୁଥିଲେ ବୋଲି ସେ ମତ ରଖିଛନ୍ତି। ମାତ୍ର ବଜେଟରେ କିଛି ଭୂଲ ଘୋଷଣା କରାଯାଇ ନାହିଁ। ଯାହା ଦ୍ୱାରା ନିବେଶକଙ୍କର କ୍ଷତି ସାଧିତ ହେବ। ସୂଚନା ଯୋଗ୍ୟ ସେନସେକ୍ସ ଗତ ଗୋଟିଏ ଦଶନ୍ଧିର ଗୋଟିଏ ଦିନରେ ସର୍ବାଧିକ କ୍ଷତି ସହିଛି। ଏହି ସମୟରେ ନିବେଶକଙ୍କର ୩.୪୬ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି। ବଜାରର ସୂଚକାଙ୍କ ୧୦୦୦ ପଏଣ୍ଟ ଖସିଥିବା ବେଳେ ଏହା କାହିଁକି ହେଲା ବୋଲି ଆଶ୍ଚର୍ଯ୍ୟ ବୋଲି ସେ ମତ ରଖିଛନ୍ତି। ସେ କହିଛନ୍ତି ଯେ, ଏହି ପ୍ରସଙ୍ଗକୁ ବୁଝିବା ଲାଗି ଚେଷ୍ଟା କରୁଛି। ସରକାର ବଜେଟରେ ନିବେଶ ବିରୋଧି ନୀତି, ଘରୋଇ କ୍ଷେତ୍ରକୁ ପ୍ରଭାବିତ କଲା ଭଳି ନୀତି କିମ୍ବା ଭଳି କୌଣସି ନୀତି ଆଣି ନାହାନ୍ତି ମାତ୍ର ବଜାରର ପ୍ରତିକ୍ରିୟା ବଜେଟକୁ ନେଇ ନକରାତ୍ମକ। ଯାହା ଆଶ୍ଚର୍ଯ୍ୟଜନକ ରହିଥିବା କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

ଅର୍ଗାନେଲ୍‌ ଫାର୍ମର ନୂଆ ରିଟେଲ୍‌ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର, ୧୮ା୭: ଓଡ଼ିଶାର ଅର୍ଗାନିକ୍‌ ବ୍ରାଣ୍ଡ୍‌ ଅର୍ଗାନେଲ୍‌ ଫାର୍ମସ୍‌ ପକ୍ଷରୁ ପଟିଆ କଳାରାହାଙ୍ଗ ଜେଡ୍‌ – ୧ ଆପାର୍ଟମେଣ୍ଟ ନିକଟରେ ଗୁରୁବାର ଆଉ ଏକ ରିଟେଲ୍‌ ଷ୍ଟୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri